ବିଶ୍ୱାସରେ ବିଷ ଦେଇ ଭଡ଼ାଟିଆ ଦମ୍ପତି , ମିଠା ଖୁଆଇ ଲୁଟିଲେ ୩୫ ଲକ୍ଷର ସୁନା

ବିଶ୍ୱାସରେ ବିଷ ଦେଇ ଭଡ଼ାଟିଆ ଦମ୍ପତି , ମିଠା ଖୁଆଇ ଲୁଟିଲେ ୩୫ ଲକ୍ଷର ସୁନା

ବିଶ୍ୱାସରେ ବିଷ ଦେଇ ଭଡ଼ାଟିଆ ଦମ୍ପତି , ମିଠା ଖୁଆଇ ଲୁଟିଲେ ୩୫ ଲକ୍ଷର ସୁନା
ମାଲକାନଗିରି: ବିଶ୍ୱାସରେ ବିଷ ଦେଇ ଭଡ଼ାଟିଆ ଦମ୍ପତି । ନିଶା ଲଡୁ ଖାଇ ଖୁଆଇ ଘର ମାଲିକଙ୍କଠାରୁ ଲୁଟିଲେ ସୁନା, ଟଙ୍କା । ଫିଲ୍ମ ଷ୍ଟାଇଲରେ ଏଭଳିି ଏକ ଲୁଟ ଦେଖିବାକୁ ମିଳିଛି ମାଲକାନଗିିରି ଜିଲ୍ଲା ସଦର ମହକୁମାର ବଣ୍ଡାବାକୁଲିଗୁଡା ସାହିରେ । ଲୁଟେରା ଘର ମାଲିକ ତଥା ସୁନା ବ୍ୟବସାୟୀଙ୍କ ଘରୁ ନଗଦ ୨ ଲକ୍ଷ ଟଙ୍କା ଓ ୩୫ ଲକ୍ଷ ଟଙ୍କା ସୁନା ଗହଣା ନେଇଯାଇଛନ୍ତି । ଲୁଟର ଶିକାର ହୋଇଛନ୍ତି ସୁନା ବ୍ୟବସାୟୀ ସୁବାସ ଲାଠି । ନିଜ ଘର ସମ୍ମୁଖ ମୁଖ୍ୟ ରାସ୍ତାରେ ସୁବାସ ପ୍ରସାଦ ଜୁଏଲାରୀ ନାଁରେ ଏକ ଗହଣା ଦୋକାନ କରିଛନ୍ତି । ତିନି ମାସ ତଳେ ଆନ୍ଧ୍ରପ୍ରଦେଶରୁ ତେଲୁଗୁ ସମ୍ପ୍ରଦାୟର ଦମ୍ପତି ଜଗଦୀଶ ଓ ଅର୍ଚ୍ଚନା ଏଠାକୁ ଆସି ବିଶ୍ୱାସ ଜମେଇ ସୁବାସଙ୍କ ଘରେ ଭଡ଼ା ସୂତ୍ରରେ ରହିଥିଲେ । ସମୟାନ୍ତରରେ ସୁବାସ ଓ ତାଙ୍କ ପତ୍ନୀ ଉଷାଙ୍କ ଏହି ଦମ୍ପତିଙ୍କ ସହିତ ଆତ୍ମୀୟତା ବଢ଼ିଥିଲା । ଏଣେ ଜଗଦୀଶ ଓ ଅର୍ଚ୍ଚନା ବିଶ୍ୱାସ ଜମାଇ ଲୁଟ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଳେ । ନିଜ ଯୋଜନାକୁ ସଫଳ ରୂପ ଦେବାକୁ ଗତ ସୋମବାର ଜଗଦୀଶ ଓ ଅର୍ଚ୍ଚନା ନିଜ ଘରେ କିଛି ମିଠା ଲଡୁ ପ୍ରସ୍ତୁତ କରିଥିଲେ । ସେହିଦିନ ସକାଳୁ ମନ୍ଦିରକୁ ଯାଇ ଲଡୁ ପୂଜା କରି ଫେରିଥିଲେ । ରାତି ପ୍ରାୟ ୮ଟାରେ ଜଗଦୀଶ ସୁବାସଙ୍କ ଘରକୁ ଯାଇ ଠାକୁରଙ୍କ କୃପାରୁ ଚାକିରି ହୋଇଗଲା ବୋଲି କହିଥିଲେ । ସମସ୍ତେ ଏକାଠି ଖାଇବାକୁ କହିବା ସହ ସୁବାସଙ୍କ ପରିବାରର ସମସ୍ତଙ୍କ ଉକ୍ତ ଲଡୁ ଖାଇବାକୁ ଦେଇଥିଲେ । ଏପରିକି ଅନ୍ୟ ପଡେ଼ାଶୀଙ୍କୁ ମଧ୍ୟ ଜଗଦୀଶ ଲଡୁ ବାଣ୍ଟିଥିଲେ । ଜଗଦୀଶ ଓ ଅର୍ଚ୍ଚନା ସ୍ଥାନୀୟ ଲୋକଙ୍କ ବିଶ୍ୱସ୍ତ ହୋଇଯାଇଥିବାରୁ କେହି କିଛି ସନେ୍ଦହ କରୁନଥିଲେ । ଲଡୁରେ ନିଶା ଦିଆଯାଇଥିଲା ବୋଲି କାହାକୁ ଜଣା ନଥିଲା । ଜଗଦୀଶଙ୍କର ଚାକିରି ହୋଇଛି ଓ ସେ ଖୁସିରେ ମିଠା ବାଣ୍ଟୁଛନ୍ତି ବୋଲି କହି ସମସ୍ତେ ଲଡୁ ଖାଇଥିଲେ । ଲଡୁ ଖାଇବାରେ କିଛି ସମୟ ପରେ ସମସ୍ତଙ୍କ ନିଦ ଲାଗିଥିଲା । କେତେ ଜଣ ନିଜ ଘରକୁ ପଳାଇଥିଲେ । ସୁବାସ ପରିବାର ଲୋକଙ୍କର ମଧ୍ୟ ଅନୁରୂପ ଅବସ୍ଥା ହୋଇଥିଲା । ସୁବାସଙ୍କ ପରିବାର ଲୋକେ ଅଚେତ ହୋଇଯିବା ପରେ ଜଗଦୀଶ ନିଜ କାମ ଆରମ୍ଭ କରିଥିଲେ । ଲୁଟେରା ଦମ୍ପତି ଗ୍ୟାସ କଟର ସାହାଯ୍ୟରେ ସୁବାସଙ୍କ ରୋଷେଇ ଘରର ଝରକା କାଟି ଘରେ ପଶିଥିଲେ । ଘରେ ଥିବା ଆଲମାରି ଖୋଲି ସେଥିରେ ରଖାଯାଇଥିବା ନଗଦ ୨ ଲକ୍ଷ ଓ ୭୦୦ ଗ୍ରାମ ସୁନା ଗହଣା ନେଇଯାଇଥିଲେ ।