ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା, ମୁଦ୍ରା ଭଣ୍ଡାର ୬୫,୫୦୦ କୋଟି ଡଲାର ଡେଇଁବ

ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା, ମୁଦ୍ରା ଭଣ୍ଡାର ୬୫,୫୦୦ କୋଟି ଡଲାର ଡେଇଁବ

ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା, ମୁଦ୍ରା ଭଣ୍ଡାର ୬୫,୫୦୦ କୋଟି ଡଲାର ଡେଇଁବ

ନୂଆଦିଲ୍ଲୀ: ସମ୍ପ୍ରତି କରୋନା କାଳରେ ବିଶ୍ୱ ଅର୍ଥନୈତିକ ସ୍ଥିତିରେ ମାନ୍ଦାବସ୍ଥା ଜାରି ରହିଛି।  ଯୋଗାଣ ଶୃଙ୍ଖଳ, ପ୍ରଭାବିତ ହୋଇଥିବା ବେଳେ ବାଣିଜ୍ୟିକ କାରବାର ମଧ୍ୟ ବାଧାପ୍ରାପ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୈଦେଶିକ ମୁଦ୍ରା ଭଣ୍ଡାର ବଢ଼ାଇବାରେ ଲାଗିଛି। ସମ୍ଭାବ୍ୟ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ପ୍ରସ୍ତୁତି ସ୍ୱରୂପ ଏହି ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ୨୦୨୨ ମାର୍ଚ୍ଚ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ୬୫,୫୦୦ କୋଟି ଡଲାର ଡେଇଁବାକୁ ଯାଉଛି। ଆରବିଆଇର ସଦ୍ୟ ରିପୋର୍ଟ ମୁତାବକ ଅଗଷ୍ଟ ୧୩ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୧୦ କୋଟି ଡଲାର ହ୍ରାସ ପାଇଛି। ତଥାପି ଏବେ ଏହା ୬୧,୯୩୬ କୋଟି ଡଲାର ସେପଟେ ରହିଛି ବୋଲି ସୂଚନା ଦିଆଯାଇଛି।