ବିମାନ ଭିତରେ ପୋଷାକ ଖୋଲି ବୁଲିଲେ ମହିଳା

ବିମାନ ଭିତରେ ପୋଷାକ ଖୋଲି ବୁଲିଲେ ମହିଳା

ବିମାନ ଭିତରେ ପୋଷାକ ଖୋଲି ବୁଲିଲେ ମହିଳା

ମୁମ୍ବାଇ : ଗତ କିଛି ଦିନ ହେବ ବିମାନରେ ଅଜବ ଘଟଣା ଦେଖିବାକୁ ମିଳୁଛି । ନିକଟରେ ଏକ ମଦ୍ୟପ ଲୋକ ବିମାନରେ ଯୁବତୀଙ୍କ ଉପରେ ପରିସ୍ରା କରିବା ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ପୁଣି ବମାନ ଭିତରେ  ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ବିମାନରେ ଜଣେ ମହିଳା ପୋଷାକ ଖୋଲିଦେଇଛନ୍ତି । 


ସୂଚନା ଅନୁସାରେ ଇଟାଲୀରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ଜଣେ ମହିଳା ଯାତ୍ରୀ ନିଶାସକ୍ତ ଅବସ୍ଥାରେ ନିଜର ପୋଷାକ ଖୋଲି ପକାଇଥିଲେ । ଏପରିକି ସେ ବିମାନର କ୍ରୁ ସଦସ୍ୟଙ୍କ ସହିତ ମାରପିଟ୍‌ ମଧ୍ୟ କରିଛନ୍ତି । ପୁଲସର ସୂଚନା ଅନୁସାରେ ଗତ ସୋମବାର ଏହି ଘଟଣା ଘଟିଛି । ସମ୍ପୃକ୍ତ ମହିଳା ଯାତ୍ରୀଙ୍କ ନାମ ପାଓଲା ପୋରୁସିୟୋ ଏବଂ ସେ ଇଟାଲୀର ବାସିନ୍ଦା । ତାଙ୍କ ପାଖରେ ଇକୋନୋମି ଶ୍ରେଣୀର ଟିକେଟ ଥିଲା । କିନ୍ତୁ ସେ ବିଜନେସ୍‌ ଶ୍ରେଣୀ ସିଟରେ ବସିଥିଲେ କ୍ରୁ ସଦସ୍ୟ ତାଙ୍କୁ ନିଜ ସିଟକୁ ଯିବା କହିବାରୁ ସେ ଯୁକ୍ତିତର୍କ ଆରମ୍ଭ କରିଥିଲେ । ପରେ ନିଜର ପୋଷାକ ଖୋଲିଦେଇ ବିମାନ ଭିତରେ ବୁଲିଥିଲେ । କ୍ୟାପଟେନଙ୍କ ନିର୍ଦ୍ଦେଶରେ ଅନ୍ୟ କ୍ରୁ ସଦସ୍ୟମାନେ ତାଙ୍କୁ ପୋଷାକ ପିନ୍ଧାଇବା ସହ ଏକ ସିଟରେ ବାନ୍ଧି ଦେଇଥିଲେ । ବିମାନ ଅବତରଣ କରିବା ପରେ କୁ ସଦସ୍ୟଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ମହିଳା ଯାତ୍ରୀଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ ୨୫ହଜାର ଟଙ୍କା ଜରିମାନା କରାଯାଇ ଜାମିନରେ ଛାଡି ଦିଆଯାଇଛି ।