୮ଟଙ୍କାରେ ଲୋକଙ୍କୁ ମିଳୁଛି ପେଟ ଭରି ଖାଦ୍ୟ

୮ଟଙ୍କାରେ ଲୋକଙ୍କୁ ମିଳୁଛି ପେଟ ଭରି ଖାଦ୍ୟ

୮ଟଙ୍କାରେ ଲୋକଙ୍କୁ ମିଳୁଛି ପେଟ ଭରି ଖାଦ୍ୟ

ଭୁବନେଶ୍ୱର : କରେନା ସମୟରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ସଙ୍କଟ ବଢିଯାଇଥିଲା । ଲକ୍‌ଡାଉନ ଯୋଗୁ ଦିନ ମଜୁରୀ କରୁଥିବା ଲୋକମାନେ ଠିକ୍‌ ଭାବେ ଖାଦ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇ ନଥିଲେ । ଏଭଳି ସମସ୍ୟାକୁ ଧ୍ୟାନରେ ରଖି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ପଦକ୍ଷେପ ଗ୍ରହଣ କରିଥିଲେ । ଯେଭଳି କୌଣସି ଲୋକ ଭୋକରେ ନ ଶୁଅନ୍ତି ତାକୁ ସୁନିଶ୍ଚିନ୍ତ କରିବା ଲାଗି ସେ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ । ଏ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଗଲା । ପରେପରେ ବଜେଟରେ ଶ୍ରୀ ଗେହେଲଟ ଇନ୍ଦିରା ରୋଷେଇ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ଏଥିରେ ୮ଟଙ୍କାରେ ଲୋକଙ୍କୁ ପେଟପୂରା ଖାଦ୍ୟ ଯୋଗାଇ ଦେଇଛନ୍ତି ।


ଯେଭଳି କୌଣସି ଲୋକ ଭୋକରେ ନ ଶୁଅନ୍ତି ଏବେ ତାହା ରାଜସ୍ଥାନ ସରକାର ସୁନିଶ୍ଚିତ କରୁଛନ୍ତି ଏଥିଲାଗି ବଜେଟରେ ୨୫୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୨୧୩ ନଗରସ୍ତରୀୟ ୩୫୮ ସ୍ଥାୟୀ ରୋଷେଇ ଯୁନିଟ୍‌ ସ୍ଥାପନ କରାଯାଇ ଲୋକଙ୍କୁ ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ବଜେଟ୍‌ ୨୦୨୨-୨୩ରେ ୧୦୦ ସ୍ଥାନରେ ରୋଷେଇଶାଳା ସ୍ଥାପନା ଦ୍ୱାରା ଖାଦ୍ୟ ଯୋଗାଣ ଲକ୍ଷ୍ୟ ରଖାଯାଇଥିଲା । ଏହାକୁ ଶୀଘ୍ର ପୂରଣ କରିବା ଦିଗରେ ସରକାର ଅଗ୍ରସର ହେଉଛନ୍ତି । ଏବେ ଏହି ସଂଖ୍ୟା ୯୮୦ ଛୁଇଁଛି ।  ଗରିବ , ଦିନମଜୁରିଆ, କୋଚିଂ ନେଉଥିବା ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, କୃଷିମଣ୍ଡିର କୃଷକ, ରେଳଯାତ୍ରୀ ଏବଂ ବସ୍‌ ଷ୍ଟାଣ୍ଡରେ ଲୋକମାନେ ପେଟପୂରା ଖାଦ୍ୟ ଖାଇପାରୁଛନ୍ତି ।