ବିମାନ ବନ୍ଦର ହାଇ ସିକୁ୍ୟରିଟି ଜୋନରେ ଡିଭାଇଡରରେ ପିଟି ହେଲା କାର

ବିମାନ ବନ୍ଦର ହାଇ ସିକୁ୍ୟରିଟି ଜୋନରେ ଡିଭାଇଡରରେ ପିଟି ହେଲା କାର

ବିମାନ ବନ୍ଦର ହାଇ ସିକୁ୍ୟରିଟି  ଜୋନରେ ଡିଭାଇଡରରେ ପିଟି ହେଲା କାର

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ହାଇ ସିକୁ୍ୟରିଟି ଜୋନ୍ରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର୍ ଦ୍ରୁତ ଗତିରେ ଆସି ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା । ପରେ ଏକ ଗଛରେ ପିଟି ହୋଇ ପାଚେରି ଭାଙ୍ଗି ବିମାନବନ୍ଦର ଭିତରକୁ ପଶିଯାଇଥିଲା । କାର୍ରେ ଥିବା ୪ ଜଣ ଯାତ୍ରୀମାନେ ସୁରକ୍ଷିତ  ଥିବା ଜଣାଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏକ କାର୍ଟି ଦ୍ରୁତ ଗତିରେ ଆସି ବିମାନବନ୍ଦରର ସିକୁ୍ୟରିଟି କେବିନ ନମ୍ବର ୧ ନିକଟରେ ଥିବା ଡିଭାଇଡରେ ପିଟି ହୋଇଥିଲା । ପରେ ୩୦ଫୁଟ୍ ଉପରକୁ ଉଠିଯାଇ ଏକ ଗଛକୁ ଧକ୍କା ଦେଇଥିଲା । ପରେ ଗଛ ନିକଟରେ ଥିବା ପାଚେରି ଭାଙ୍ଗି ଏୟାରପୋର୍ଟ ଭିତରକୁ ପଶିଯାଇଥିଲା । କାର୍ର ସମ୍ମୁଖ ଅଂଶଟି ନଷ୍ଟ ହୋଇଯାଇଛି । ପୁଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।