ବିବାହ ଆୟୋଜନ ପାଇଁ ଉଡ଼ୁଛି ଟଙ୍କା

ବିବାହ ଆୟୋଜନ ପାଇଁ ଉଡ଼ୁଛି ଟଙ୍କା

ବିବାହ ଆୟୋଜନ ପାଇଁ ଉଡ଼ୁଛି ଟଙ୍କା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା ଓ ଭିକି । ଏଥିପାଇଁ ଜୋରଦାରରେ ପ୍ରସ୍ତୁତି କରୁଛନ୍ତି ଏହି ଦୁଇଜଣ ।  ଆୟୋଜନ ଏମିତି ଜାକଜମକରେ ହେଉଛି ଯେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ଯେତେ ଖର୍ଚ୍ଚ ହେଉ ପଛେ କିଛି ବି ଊଣା ରଖା ଯାଉନି ।

ରାଜସ୍ଥାନରେ ହେବାକୁ ଥିବା ଏହି ବିବାହ ପାଇଁ ଦେଶ ବିଦେଶରୁ ଅତିଥି ଆସିବେ । ଏଥିପାଇଁ  ମୋଟ ୪୫ଟି ହୋଟେଲ ଅତିଥିଙ୍କ ପାଇଁ ବୁକ ହୋଇଛି । ଅତିଥିଙ୍କ ସ୍ୱାଗତରେ ବିଭିନ୍ନ ପ୍ରକାର ମିଠା, ଦାମୀ ଅତର, ଉପହାରମାନ ମଧ୍ୟ ପ୍ୟାକିଂ କରାଯାଇଛି । ଡିସେମ୍ବର ୭-୧୦ ତାରିଖ ପର୍ଯ୍ୟନ୍ତ ବିବାହ କାର୍ଯ୍ୟକ୍ରମ ଯାକଜକମରେ ଚାଲିବା ସହ ବି୍ରଟେନ, ହଂକଂରୁ କ୍ୟାଟି୍ରନାଙ୍କ ଅତିଥିମାନେ ଆସୁଛନ୍ତି । ପାରମ୍ପରିକ ହିନ୍ଦୁ ରୀତିରେ ବିବାହ ହେବ ଓ ୧୦୦ ଜଣ ଅତିଥି ଆସିବେ ବୋଲି ଶୁଣାଯାଉଛି ।

 
ବର ବଧୂଙ୍କ ପାଇଁ ରାଜମହଲ ପ୍ୟାଲେସରେ ବୁକିଂ ହୋଇଥିବା ଗୋଟିଏ କକ୍ଷର ଭଡ଼ା ରାତି ପିଛା ୭ ଲକ୍ଷ ଟଙ୍କା । ସେମାନଙ୍କ ପରିବାର ତରଫରୁ ମିଳିଥିବା ଖବର ଅନୁସାରେ ଦୁହେଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ତେବେ ବିବାହ ବିବରଣୀ ଅନୁସାରେ ଡିସେମ୍ବର ୫ରେ ସୱାଇ ମାଧୋପୁରରେ ଅତିଥି ପହଞ୍ଚିବେ । ଡିସେମ୍ବର ୬ରେ ବିଶ୍ରାମ । ଡିସେମ୍ବର ୭ରେ ଆୟୋଜିତ ହେବ କାଭିଙ୍କ ବର୍ଣ୍ଣାଢ଼୍ୟ ସଙ୍ଗୀତ ଉତ୍ସବ, ଡିସେମ୍ବର ୮ ରେ କ୍ୟାଟି୍ରନା ଓ ତାଙ୍କ ବାନ୍ଧବୀମାନେ ଲଗାଇବେ ଲକ୍ଷେ ଟଙ୍କାର ସଜୋତ ମେହେନ୍ଦୀ । ଡିସେମ୍ବର ୯ରେ ଜାକଜକମରେ ହେବ ବିବାହ, ଡିସେମ୍ବର ୧୦ ରେ ବାହାଘର ଭୋଜି ହେବ ବୋଲି ସୂଚନା ମିଳିଛି ।