ପସନ୍ଦ ପାକିସ୍ତାନୀ ଡିଜାଇନର

ପସନ୍ଦ ପାକିସ୍ତାନୀ ଡିଜାଇନର

ପସନ୍ଦ ପାକିସ୍ତାନୀ ଡିଜାଇନର

ବଲିଉଡ଼ ହେଉ କି ଓଲିଉଡ଼ ସେଲିବ୍ରେଟି ମାନଙ୍କର ସଉକ ରହିଥାଏ ନୂତନ ଡ଼ିଜାଇନ ର ପୋଷାକ । ଏଥିପାଇଁ ଡ଼ିଜାଇନର ମାନଙ୍କର ବହୁତ ଚାହିଦା ରହିଥାଏ ନୂତନ ଓ ବିଭିନ୍ନ ଡ଼ିଜାଇନର ପୋଷାକ ଡ଼ିଜାଇନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ । ଏବେ ପାକିସ୍ତାନୀ ଡ଼ିଜାଇନରଙ୍କ ଦିୱାନା ହୋଇଛନ୍ତି ବଲିଉଡ଼ ସେଲିବି୍ରଟି । ପାକିସ୍ତାନୀ ଡ଼ିଜାଇନର ଫରାଜ ମନନ୍ ଏବେ ବଲିଉଡ଼ ସେଲିବି୍ରଟିଙ୍କ ପସନ୍ଦର ଡ଼ିଜାଇନର ହୋଇଛନ୍ତି । ବିଜ୍ଞାପନ ହେଇ କି ବଲିଉଡ଼ ଫଟୋ ସୁଟ୍ ସବୁଥିରେ ଫରାଜଙ୍କର ଡ଼ିମାଣ୍ଡ ବଢ଼ିଚାଲିଛି । ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ଼ ଅଭିନେତ୍ରୀ ଦୀପିକା । ନିକଟରେ ଏକ ସୋ’ରେ ଦୀପିକାଙ୍କୁ ଫରାଜଙ୍କ ଦ୍ୱାରା ଡ଼ିଜାଇନ ହୋଇଥିବା ଶାଢ଼ୀରେ ଦେଖିବାକୁ ମିଳିଛି । ଏହାର ଫଟୋକୁ ଦୀପିକା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫରାଜ ମଧ୍ୟ ତାଙ୍କ ଇନଷ୍ଟା ପେଜରେ ଦୀପକା ଙ୍କ ର ଏକ କ୍ଲୋଜଅପ ଫଟୋ ସେୟାର କରିଛନ୍ତି । ଏସିଆର ପ୍ରମୁଖ ବ୍ରାଇଡ଼ାଲ ଡ଼ିଜାଇନର ଙ୍କ ମଧ୍ୟରେ ଜଣେ ହେଉଛନ୍ତି ଫରାଜ ।

ଏହା ପୂର୍ବରୁ ଫରାଜ ଅନେକ ବଲିଉଡ଼ ସେଲିବ୍ରିଟିଙ୍କ ପାଇଁ ଡେ଼୍ରସ ଡ଼ିଜାଇନ କରିଛନ୍ତି । କରୀନା କପୁର ମଧ୍ୟ ଅନେକ ସମୟରେ ଫରାଜ ଙ୍କ ଡ଼ିଜାଇନର ଡେ଼୍ରସ ପିନ୍ଧିବାର ଦେଖିବାକୁ ମିଳନ୍ତି ।