ବିନ୍ଦୁ ସାଗରରେ ଭସାଇ ପାରିବେନି ଡଙ୍ଗା

ବିନ୍ଦୁ ସାଗରରେ ଭସାଇ ପାରିବେନି ଡଙ୍ଗା

ବିନ୍ଦୁ ସାଗରରେ ଭସାଇ ପାରିବେନି ଡଙ୍ଗା
ଭୁବନେଶ୍ବର : କରୋନା ସମସ୍ତ ପର୍ବ ପର୍ବାଣୀ ଉପରେ ବେଶ୍‌ ଭାରି ପଡିଛି । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ ଧାର୍ମିକ କାର୍ୟ୍ୟକ୍ରମକୁ କଟକଣା ଭିତରେ ପାଳିତ କରାଯାଉଛି । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରିଛି ବିଏମ୍‌ସି । ଚଳିତ ବର୍ଷ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ହେବ ନାହିଁ ବୋଲି ବିଏମ୍‌ସି ସୂଚନା ଦେଇଛି । ବିନ୍ଦୁ ସାଗର ସହ ସମସ୍ତ ନଦୀ ଘାଟରେ ମଧ୍ୟ କଟକଣା ଲଗାଯାଇଛି । ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମନ୍ଦିର ଯିବ ଉପରେ ମଧ୍ୟ କଟକଣା ଲଗାଯାଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଅନୁମତି ମିଳିନାହିଁ ।