ଏଣିକି ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା

ଏଣିକି ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା

ଏଣିକି ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା
ମୁମ୍ବାଇ :କରୋନା ସଂକ୍ରମଣ ଏବେ ବି ଦେଶରେ ଜାରି ରହିଛି। ଲକ୍‌ଡାଉନ୍‌ ଉଠିଥିଲେ ମଧ୍ୟ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ ହୋଇନାହିଁ। କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର କୁପ୍ରଭାବ ପଡ଼ିଛି। କରୋନା ଯୋଗୁ ସେମାନଙ୍କ ଆର୍ଥିକ ସ୍ଥିତି ପୂରାପୂରି ବିଗିଡ଼ି ଯାଇଛି। ଏଣୁ ମହାରାଷ୍ଟ୍ର ସରକାର ଦେହଜୀବୀଙ୍କୁ ରାସନ୍‌ ସହ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି। ଏବେ ମହାରାଷ୍ଟ୍ର ସରକାର ମୁମ୍ବାଇର ୫୬୦୦ ସେକ୍ସ ଓ୍ଵାର୍କର୍ସଙ୍କୁ ପ୍ରତିମାସରେ ଆର୍ଥିକ ସହାୟତା ସହ ୫ କେଜି ରାସନ୍‌ ଦେବେ। ମହାରାଷ୍ଟ୍ର ସରକାରଙ୍କ ମୁତାବକ ଯେବେ ଯାଏଁ କରୋନା ଭାଇରସ୍‌ ମହାମାରୀ ନ ସରିଛି, ସେବେ ଯାଏଁ ଦେହଜୀବୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ସରକାରଙ୍କ ନିଷ୍ପତ୍ତି ମୁତାବକ ଦେହଜୀବୀଙ୍କୁ ପ୍ରତିମାସରେ ୫୦୦୦ ଟଙ୍କା ବି ମିଳିବ। ଏଥିସହ ରାସନରେ ୩ କେଜି ଗହମ ଓ ୨ କେଜି ଚାଉଳ ମିଳିବ। ଏହା ବ୍ୟତୀତ ଯେଉଁ ଦେହଜୀବୀଙ୍କ ପିଲାମାନେ ସ୍କୁଲ ଯାଉଛନ୍ତି, ସେମାନଙ୍କୁ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅତିରିକ୍ତ ୨୫୦୦ ଟଙ୍କା ଦିଆଯିବ।