ବିଜେପିରେ ଯୋଗ ଦେଲେ ଅଶୋକ ଦିଣ୍ଡା

ବିଜେପିରେ ଯୋଗ ଦେଲେ ଅଶୋକ ଦିଣ୍ଡା

ବିଜେପିରେ ଯୋଗ ଦେଲେ ଅଶୋକ ଦିଣ୍ଡା
ନୂଆଦିଲ୍ଲୀ: ଏବେ ଜଣଙ୍କ ପରେ ଜଣେ କ୍ରିକେଟର ବିଭିନ୍ନ ଦଳରେ ଯୋଗ ଦେବାରେ ଲାଗିଛନ୍ତି । ଗତକାଲି ପଶ୍ଚିମବଙ୍ଗରେ କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଆଜି କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ଯୋଗ ଦେଇଛନ୍ତି । ଡିଣ୍ଡା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । କିଛିଦିନ ପୂର୍ବରୁ ଶ୍ରୀ ଡିଣ୍ଡା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସୂଚନା ଥାଉକି, ୩୬ ବର୍ଷିୟ ଡିଣ୍ଡା ଭାରତ ପାଇଁ ମୋଟ ୧୩ ଟି ଏକଦିବସୀୟ ଓ ୯ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ୨୦୦୯ ମସିହାରେ କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଅନ୍ତର୍ଜାତୀୟ କ୍ରିକେଟରେ ଯୋଗ ଦେଇଥିଲେ । ସେ ଶ୍ରୀଲଙ୍କା ବିରୋଧରେ ନାଗପୁର ଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଜଣେ ଦକ୍ଷ ବୋଲର ଭାବେ ସେ ଏକଦିବସୀୟ ମ୍ୟାଚରୁ ୧୨ ଟି ଓ ଟି-୨୦ ରେ ୧୭ ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । ସେ ୨୦୧୩ ମସିହାରେ ଶେଷଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।