ବଲିଉଡକୁ ଶେଷ ହୋଇଯିବାକୁ ଦେବୁନି: ଉଦ୍ଧବ ଠାକରେ

ବଲିଉଡକୁ ଶେଷ ହୋଇଯିବାକୁ ଦେବୁନି: ଉଦ୍ଧବ ଠାକରେ

ବଲିଉଡକୁ ଶେଷ ହୋଇଯିବାକୁ ଦେବୁନି: ଉଦ୍ଧବ ଠାକରେ
ମୁମ୍ବାଇ: ବଲିଉଡର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟି୍ରକୁ ଶେଷ ହୋଇଯିବାକୁ ଦେବୁନାହିଁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବଠାକରେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଯଦି କେହି ବଲିଉଡକୁ ଧ୍ୱଂସ କରିବାକୁ ଉଦ୍ୟମ କରନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟ ମାମଲାରେ ବହୁ ସଂସ୍ଥା ଦ୍ୱାରା ତଦନ୍ତ କରାଯିବା ଘଟଣାରେ ପ୍ରତିକି୍ରୟା ପ୍ରକାଶ କରି ଉଦ୍ଧବ ଏଭଳି କହିଛନ୍ତି । ଉଦେ୍ଧଶ୍ୟମୂଳକ ଭାବେ ବଲିଉଡକୁ ନେଇ ଯେଉଁଭଳି ଅପପ୍ରଚାର କରାଯାଉଛି ଏବଂ ଏହାକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି, ତାହା ହେବାକୁ ଦେବୁ ନାହିଁ ବୋଲି ଉଦ୍ଧବ କହିଛନ୍ତି । ମୁମ୍ବାଇ କେବଳ ଦେଶର ଆର୍ଥିକ ରାଜଧାନୀ ନୁହେଁ ବରଂ ମନୋରଞ୍ଜନ ରାଜଧାନୀ ବୋଲି ଉଦ୍ଧବ କହିଛନ୍ତି । ସମଗ୍ର ବିଶ୍ୱରେ ବଲିଉଡର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ଦେଶର ଏକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରି ମନୋରଞ୍ଜନ ଜଗତ ଏବଂ ଏହା ଉପରେ ଦେଶର ଅର୍ଥନୀତି ନିର୍ଭରଶୀଳ । ଏହାକୁ ଧ୍ୱଂସ ହେବାକୁ ଦିଆଯିବ ନାହିଁ ବୋଲି ଉଦ୍ଧବ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।