ବରିଷ୍ଠ ନାଗରିକଙ୍କୁ ପ୍ରେମ ଜାଲରେ ଫସେଇ ଲୁଟ୍

ବରିଷ୍ଠ ନାଗରିକଙ୍କୁ ପ୍ରେମ ଜାଲରେ ଫସେଇ ଲୁଟ୍

ଚନ୍ଦ୍ରଶେଖରପୁର : ପ୍ରେମ ଜାଲରେ ଫସେଇ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କଠାରୁ ହୋଇଛି ଲୁଟ୍‌। ଧୂର୍ତ୍ତ ମହିଳାଙ୍କ ଏହି କାରନାମାରେ ବରିଷ୍ଠନାଗରିକ ଜଣକ ହରାଇଛନ୍ତି ୩୦ ହଜାର ଟଙ୍କା ଏ ସଂପର୍କରେ ସ୍ଥାନୀୟ ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି। ମହିଳା ଜଣଙ୍କ ସୋସିଆଲ ମିଡିଆରେ ଉକ୍ତ ବରିଷ୍ଠ ନାଗରିକଙ୍କ ସହ ପାଖାପାଖି ମାସେ ହେବ ବନ୍ଧୁତା କରିଥିଲେ।  ନିଜ ଘର ଚନ୍ଦ୍ରଶେଖରପୁରରେ ବୋଲି କହି ସଂପର୍କ ବଢ଼ାଇଥିଲେ। ପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଅର୍ଥ ମାଗିଥିଲେ। ବୃଦ୍ଧ ଜଣଙ୍କ ଟଙ୍କା ଦେବା ପରେ ମହିଳାଜଣଙ୍କ ଆଉ ତାଙ୍କ ସହ ଯୋଗାଯୋଗ କରି ନଥିଲେ। ତାଙ୍କ ମୋବାଇଲ ନମ୍ବରକୁ କଲ୍ କରି ନିରାଶ ହେବା ପରେ ବୃଦ୍ଧଜଣଙ୍କ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।