ବୁଧବାର ରାତିରୁ ଆଳୁ ଟ୍ରକ ଓଡିଶା ବେଙ୍ଗଲ ସୀମାରେ ଅଟକି ରହିଛି

  ପୁଣି ଓଡିଶା ସୀମାରେ ଅଟକିଲା ଆଳୁ ଟ୍ରକ ପଶ୍ଚିମବଙ୍ଗ ବେଲଦାରେ ଅଟକିଛି ଶତାଧିକ ଗାଡି ବୁଧବାର ରାତିରୁ ଆଳୁ ଟ୍ରକ ଓଡିଶା ବେଙ୍ଗଲ ସୀମାରେ ଅଟକି ରହିଛି ଆଳୁଟ୍ରକକୁ ଜଗି ରହିଛି ପଶ୍ଚିମ ବଙ୍ଗ ପୋଲିସ

ବୁଧବାର ରାତିରୁ ଆଳୁ ଟ୍ରକ ଓଡିଶା ବେଙ୍ଗଲ ସୀମାରେ ଅଟକି ରହିଛି

ପୁଣି ଥରେ ଆରମ୍ଭ ହେଲା କି ଦିଦିଙ୍କ ଆଳୁ ପଲିଟିକ୍ସ । ଓଡିଶାକୁ ଆଳୁ ଗାଡି ନ ଛାଡିବାକୁ ଦିଦିଙ୍କ ନୁଆ ଯୋଜନା କି । ଏପରି ପ୍ରଶ୍ନ ଭିତରେ କିନ୍ତୁ ବୁଧବାର ବିଳମ୍ବିତ ରାତିରୁ ଓଡିଶାକୁ ପଶ୍ଚିମ୍ ବଙ୍ଗ ଆଳୁ ପଠାଇବା ବନ୍ଦ କରି ଦେଇଛି । ମିଳିଥିବା ସୂଚନା ଅନୁସାରେ, ବୁଧବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ନବାନ୍ନରେ ଗୁରୁତ୍ୱ ପୁର୍ଣ ବୈଠକ ଡାକିଥିଲେ, ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ, ବଙ୍ଗ ପ୍ରଶାସନ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଥିଲା, ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ କରିଥିଲା, ଯେଉଁ କାରଣରୁ ଆନ୍ତଃରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ  ଚାଲାଣ ବନ୍ଦ କରାଯାଇଛି, ଦିନକୁ ଦିନ ବଜାରରେ ଆଳୁ ଏବଂ ପିଆଜ ମୂଲ୍ୟରେ ବୃଦ୍ଧିକୁ ରୋକିବା ପାଇଁ ବଙ୍ଗ ପ୍ରଶାସନ ପକ୍ଷରୁ ବେଲଦା ପାଖରେ ଶତାଧିକ ଗାଡି ଅଟକ ରଖା ଯାଇଛି, ପଶ୍ଚିମବଗଂରେ ଆଳୁର ମୂଲ୍ୟ ହ୍ରାସ ନହେବାରୁ ରାଜ୍ୟରେ ଉତ୍ପାଦିତ ଆଳୁକୁ  ଗ୍ରାହକ ଅଧିକ ମୂଲ୍ୟରେ କିଣୁଛି, ତେଣୁ ଆଳୁ ଦର ହ୍ରାସ ପାଇଁ, ପଶ୍ଚିମ ବଙ୍ଗ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି, ଯାହା ଫଳରେ ପଶ୍ଚିମବଗଂର ସାଧାରଣ ଲୋକମାନେ ଆଳୁ କମ ମୂଲ୍ୟରେ କିଣି ପାରିବେ, ସେଥିପାଇଁ ପଶ୍ଚିମ ମେଦିନୀପୁର ଜିଲ୍ଲା ପୋଲିସ ନାକାରେ ଆଳୁ ଗାଡି ଅଟକ ରଖା ଯାଇଛି । ତେଣୁ ପ୍ରଶାସନ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରିଦେଇଛି, ପଶ୍ଚିମ ବଙ୍ଗ ବିଭିନ୍ନ ଅଞ୍ଚଳ ଯେପରି ବେଲଦା ପୋଲିସ୍ ଷ୍ଟେସନର ଶ୍ୟାମପୁରା ଜାତୀୟ ରାଜପଥ, ଦାନ୍ତୁନ ପୋଲିସ୍ ଷ୍ଟେସନର ବାମନପୁକୁର ଏବଂ ସୋନାକୋନିଆ ପୋଲିସ୍ ନାକା ଚେକ୍ ପୋଷ୍ଟରେ ଖଡଗପୁର ଅତିରିକ୍ତ ପୋଲିସ୍ ଅଧୀକ୍ଷକ ସନ୍ଦୀପ ସେନ୍, ବେଲଦାର ଏସଡିପିଓ ରିପନ୍ ବଲ୍ ଚନ୍ଦ୍ରକୋନାରୁ ଆଳୁ ଟ୍ରକ ଗୁଡିକ ଯାଂଚ କରିଥିଲେ । ଏବଂ ଓଡିଶା ଆସୁଥିବା ଆଳୁଟ୍ରକ ଗୁଡ଼ିକୁ ପୁନର୍ବାର ପଶ୍ଚିମ ବଙ୍ଗ ଚନ୍ଦ୍ରକୋନାକୁ ପଠାଇ ଦେଇଥିଲେ । ସେପଟେ ଓଡିଶାକୁ ଆଳୁ  ନଆସିବାରୁ ଏବେ ଆଳୁ ସଂକଟ ଦେଖାଯିବ, ଏବଂ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି । ଏପରି ସ୍ଥଳେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି, ତାହାରି ଉପରେ ସମସ୍ତଙ୍କର ନଜର ।