ପୁଣି ବାତ୍ୟା, ଅଶାନ୍ତ ହେଉଛି ସମୁଦ୍ର
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହି ଅବପାତ ବାତ୍ୟାର ରୂପ ନେବ । ବାତ୍ୟା ‘ଫେଙ୍ଗାଲ’ର ପ୍ରଭାବ ପଡିବା ଆରମ୍ଭ ହେଲାଣି। ଗଭୀର ଅବପାତ ପ୍ରଭାବରେ ଚେନ୍ନାଇ ଚେଙ୍ଗଲପେଟ, ତିରୁବଲ୍ଲୁର,କୁଡ୍ଡାଲୋର, ନାଗାପଟିନମରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୩ ଜିଲ୍ଲାକୁ ରେଡ୍ ଆଲର୍ଟ ମଧ୍ୟ ଜାରି କରାଯାଇଛି। ବୁଧବାର ବର୍ଷା ଯୋଗୁଁ ଚେନ୍ନାଇରୁ ୭ଟି ବିମାନ ବିଳମ୍ବରେ ଉଡାଣ ଭରିଥିଲା । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଶ୍ରୀଲଙ୍କା, ତାମିଲନାଡୁ ଉପକୂଳରେ ଘଣ୍ଟାପ୍ରତି ୬୫ କିମି ବେଗରେ ପବନ ବହିପାରେ । ତେବେ ବର୍ତମାନ ସମୁଦ୍ର ଅଶାନ୍ତ ହୋଇଛି । ତେବେ ‘ଫେଙ୍ଗାଲ’ପାଇଁ ଚେନ୍ନାଇ ସମେତ ଅନେକ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଥିବା ବେଳେ, ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।