ବଦଳିଲେ କୋଇଡା ବିଡିଓ
koida bdo transfer
ଭୁବନେଶ୍ୱର: ବିଭିନ୍ନ କାରଣରୁ ବିବାଦୀୟ ହୋଇପଡ଼ିଥିବା କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜଙ୍କର ବଦଳି ହୋଇଛି । ତାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ନିଆଯାଇଛି । ପରବର୍ତ୍ତୀ ସମୟରେ ତାଙ୍କୁ ସମ୍ବଲପୁର ଆରଡିସି କାର୍ୟ୍ୟାଳୟରେ ଯୋଗ ଦେବାକୁ ଆଦେଶ ହୋଇଛି ।
ଏନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ପଲ୍ଲବୀରାଣୀଙ୍କ ବଦଳି ପାଇଁ ବିଧାନସଭାରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ବିରୋଧୀ ଦଳ ବିଧାୟକମାନେ ଦାବି କରିଥିଲେ । ତାଙ୍କ ନାମରେ ବହୁ ଅଭିଯୋଗ ରହିଥିଲା ।
ଏପରିକି ତାଙ୍କ ବଦଳି ପାଇଁ ସ୍ଥାନୀୟ ଅଂଚଳରେ ଆନ୍ଦୋଳନ ହେବା ସହ ବ୍ଲକ କର୍ମଚାରୀମାନେ କଲମ ଛାଡ଼ କରିଥିଲେ । ଏହା ଛଡ଼ା ଠିକା କାମକୁ ନେଇ ତାଙ୍କ ବାପା ଓ ଭାଇ ତାଙ୍କୁ ସରକାରୀ ବାସଭବନରେ ମାଡ଼ ମାରିଥିବା ନେଇ ସେ ଅଭିଯୋଗ କରିଥିଲେ । ଏଭଳି ବିବାଦ ପରେ ତାଙ୍କୁ ବଦଳି କରାଯାଇଛି ।




Jagannath Nayak 