ବଡ ଖବର: ରାଜ୍ୟରେ ବଦଳିଲା ନାଇଟ୍ କର୍ଫ୍ୟୁ ସମୟ
ବଡ ଖବର: ରାଜ୍ୟରେ ବଦଳିଲା ନାଇଟ୍ କର୍ଫ୍ୟୁ ସମୟ
ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ ଆଂଶିକ ଲକଡାଉନ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଆଜି ଘୋଷଣା କରିଛନ୍ତି । ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।
ରାଜ୍ୟର ୨୦ଟି ଜିଲ୍ଲାକୁ କ୍ୟାଟେଗୋରୀ –ଏ ରେ ରଖାଯାଇଥିବାବେଳେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାକୁ କ୍ୟାଟେଗୋରୀ –ବି ରେ ରଖାଯାଇଛି । କ୍ୟାଟେଗୋରୀ –ଏ ରେ ଥିବା ୨୦ଟି ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ ଥିବାରୁ ସେଠାରେ ସପ୍ତାହାନ୍ତ ସଟଡାଉନକୁ ହଟାଇଦିଆଯାଇଥିବାବେଳେ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ସଂଧ୍ୟା ୬ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ରାତ୍ରୀ କର୍ଫ୍ୟୁ ଲାଗୁ ହେବ । ଏହି ୨୦ଟି ଜିଲ୍ଲାରେ ବସ, ଅଟୋ ଓ ଟାକ୍ସି ପରିବହନକୁ ଅନୁମତି ଦିଆଯାଇଛି । ସାପ୍ତାହିକ ହାଟ ଓ ମାର୍କେଟ ଓ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ ।
ଅନ୍ୟପକ୍ଷରେ, କ୍ୟାଟେଗୋରୀ –ବି ରେ ଥିବା ୧୦ଟି ଜିଲ୍ଲା ହେଲା ନୟାଗଡ଼, ପୁରୀ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା । ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନକୁ ପୂର୍ବଭଳି ଲାଗୁ ରହିବ ଓ ସକାଳ ୬ ଟାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏସବୁ ଜିଲ୍ଲାରେ ବସ ପରିବହନ ଉପରେ କଟକଣା ଜାରି ରହିବ । ଏସବୁ ଜିଲ୍ଲାରେ ଚା ଓ ଉଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ ।




admin 