ବଜେଟ : ମିଳିବ ଅଧିକ ପ୍ରଧାନମନ୍ତ୍ରୀ ଆବାସ

ବଜେଟ : ମିଳିବ ଅଧିକ ପ୍ରଧାନମନ୍ତ୍ରୀ ଆବାସ

ବଜେଟ : ମିଳିବ ଅଧିକ ପ୍ରଧାନମନ୍ତ୍ରୀ ଆବାସ


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଟକଳ ବହୁତ ବୃଦ୍ଧି ପାଇଛି  । ପୂର୍ବ ତୁଳନାରେ ଏହି ଯୋଜନା ପାଇଁ ଅଧିକ ୬୬% ବ୍ୟୟବରାଦ କରାଯାଇଛି  । ଆଗକୁ ନିର୍ବାଚନ ଥିବାରୁ  କେବଳ ପ୍ରଧାନମନ୍ତ୍ରୀ ଆବାସ ପାଇଁ ୭୯ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି  ।

ବଜେଟରେ ଅନ୍ତର୍ଭୁକ୍ତିଯୁକ୍ତ ବିକାଶ, ଭିତିଭୂମି ନିର୍ମାଣ, ନିବେଶ ବୃଦ୍ଧି, ନିଯୁକ୍ତି, ଯୁବକଙ୍କ ସମୃଦ୍ଧି ଆଦି ଉପରେ ଗୁରୁତ୍ୱାରୋପ କରାଯାଇଛି  । କୃଷିଭିତିକ ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବା ପାଇଁ ଏଗ୍ରିକଲଚର ଆକ୍ସିଲେଟର ପାଣ୍ଠି ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି  । ସେହିପରି ବିଭିନ୍ନ ମୁଖ୍ୟ ସ୍ଥାନରେ ୧୫୭ଟି ନର୍ସିଂ କଲେଜ ସ୍ଥାପନ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି  ।

ଆଗାମୀ ୩ ବର୍ଷ ମଧ୍ୟରେ ୭୪୦ ଏକଲବ୍ୟ ମଡେ଼ଲ ସ୍କୁଲରେ ୩୮୮୦୦ ଶିକ୍ଷକ ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି  । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଟକଳ ୬୬% ବୃଦ୍ଧି ପାଇଛି  । ଏହି ଯୋଜନାରେ ୭୯ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  ।