ବଜେଟ ଅଧିବେଶନ କିପରି ଚାଲିଛି?
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ବାଭାବିକ ଚାଲିଛି ଗୃହ କାର୍ୟ୍ୟ। ଚାଲିଛି ପ୍ରଶ୍ନକାଳ। ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା ଜାରି ରହିଛି।
ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଅଵବାହିକାରେ ଖଇରମାଳ, ଗୋଧନେଶ୍ବର ଓ କପାଶିରାଠାରେ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ। ଖଇରମାଳ, ଗୋଧନେଶ୍ବର କେବଳ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା ଅଛି । ଏହାକୁ ଅସନ୍ତୋଷ ପ୍ରକାଶ କରି ପଦ୍ମନାଭ କହିଛନ୍ତି, ଇନଷ୍ଟ୍ରିମ ଷ୍ଟୋରେଜ ନ ହେଲେ ମେଗା ଲିପିଟ ପଏଣ୍ଟ ଉଠା ଜଳସେଚନ କେମିତି ହେବ? ଏହା ସହ ସେ କହିଛନ୍ତି ବର୍ଷାଦିନେ ବି ଉପର ମୁଣ୍ଡରେ ଗେଟ ବନ୍ଦ ହେଲେ ପାଣି ଟିକିଏ ଆସୁନାହିଁ।
ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ସରକାରଙ୍କ ପୂର୍ବ ଘୋଷଣା କାର୍ୟ୍ୟକାରୀ ନ ହେବାକୁ ନେଇ ବିରକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବି ଭୁବନେଶ୍ବରର ପାନୀୟ ଜଳ ବ୍ୟବସ୍ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଛତିଶଗଡ଼ ବନ୍ଧ ବାନ୍ଧି ପାଣି ରୋକୁଥିବା ବେଳେ କି ବ୍ୟବସ୍ଥା ସରକାର ନେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।




admin 