ସୌରଭ ଗାଙ୍ଗୁଲି ବାୟୋପିକ୍, କିଏ ସାଜିବେ ଅଭିନେତା ?
ମୁମ୍ବାଇ: ବଲିଉଡ଼ରେ ଏ ପର୍ଯ୍ୟନ୍ତ ବଲିଉଡ଼ରେ ଅନେକ ଖେଳାଳିଙ୍କ ଉପରେ ବାୟୋପିକ ବନା ହୋଇସାରିଛି । ଏଥିରେ ମହେନ୍ଦ୍ର ସିଂ ଧୋନୀଙ୍କ ଠାରୁ ନେଇ କପିଲ ଦେବଙ୍କ ଭଳି ଆକ୍ଟରଙ୍କ ନାଁ ସାମିଲ ଅଛି । କେବଳ ସେତିକି ନୁହେଁ କ୍ରିକେଟ୍ ଛଡ଼ା ଅନ୍ୟ ସମସ୍ତ ଖେଳ ଉପରେ ମଧ୍ୟ ଖେଳାଳିଙ୍କର ବାୟୋପିକ ବନା ହୋଇଛି । ରେସଲର ହେଉ କି କୁସ୍ତି ଯୋଦ୍ଧା, ବ୍ୟାଡ଼ମିଣ୍ଟନ ହେଉ କି ହକି ବିଭିନ୍ନ ଖେଳର ବିଶିଷ୍ଟ ଖେଳାଳିଙ୍କ ଜୀବନ ଉପରେ ବାୟୋପିକ ବନା ହୋଇଛି । ଏହା ଦର୍ଶକଙ୍କୁ ବେଶ ଆକର୍ଷଣ ମଧ୍ୟ କରିଛି । ଏବେ ଇଣ୍ଡିଆ ଟିମର ପୂର୍ବତନ କ୍ୟାପଟେନ୍ ତଥା ବେଙ୍ଗଲ ଟାଇଗର ଭାବେ ପରିଚିତ ସୌରଭ ଗାଙ୍ଗୁଲିଙ୍କର ଜୀବନ ମଧ୍ୟ ବଡ଼ ପରଦାରେ ନଜର ଆସିବ ।
ଖୁବ୍ ଶିଘ୍ର କୋଲକାତାରେ ଏହାର ସୁଟିଂ ମଧ୍ୟ ଆରମ୍ଭ ହେବ । ସୌରଭଙ୍କ ବାୟୋପିକରେ କିଏ ଅଭିନେତା ସାଜିବେ ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ? ଏଥିପାଇଁ ରଣବୀର କପୁରଙ୍କ ନାଁ ସାମ୍ନାକୁ ଆସିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ଅନସ୍କ୍ରିନ ଭୂମିକାରେ ଅଭିନୟ କରିବେ ରଣବୀର । ୨୦୧୯ରୁ ଏହି ଫିଲ୍ମ ଘୋଷଣା ହେବା ପରଠାରୁ ହ୍ରିତିକ ରୋଶନ, ରଣବୀର କପୁର ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଭଳି ବଡ଼ କଳାକାରଙ୍କ ନାମ ସାମ୍ନାକୁ ଆସିଥିଲା । କିନ୍ତୁ ପରଦାରେ କିଏ ସୌରଭ ଗାଙ୍ଗୁଲିର ଭୂମିକା ନିର୍ବାହ କରିବେ ସେ ନେଇ କିଛି ଅଫିସିଆଲି ଘୋଷଣା ହୋଇନଥିଲା । ଏବେ ରଣବୀରଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି ।




admin 