ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର
ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର
କୋଲକତା: ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ୨୧ ବର୍ଷୀୟା ବଙ୍ଗୀୟ ଅଭିନେତ୍ରୀ ବିଦିଶା ମଜମୁଦାର । ଗତକାଲି ବିଦିଶାଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଜବତ ହୋଇଛି । ତେବେ ଆତ୍ମହତ୍ୟା ପଛର କାରଣ କ’ଣ ତାହା ରହସ୍ୟରେ ରହିଛି।
ବିଦିଶା ଗତ ୪ ମାସ ହେଲା ନଗର ବଜାରରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ଘର ଭିତର ପଟୁ ବନ୍ଦ ଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଖବର ପାଇ ବୁଧବାର ସନ୍ଧ୍ୟାରେ ପୁଲିସ୍ ତାଙ୍କ ଫ୍ଲାଟ ନିକଟରେ ପହଞ୍ଚିଥିଲା। ଏହାପରେ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ବିଦିଶାଙ୍କ ଘରୁ ଏକ ସୁଇସାଇଡ ନୋଟ ମିଳିଥିବା ଜଣାଯାଇଛି।
ବିଦିଶାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସେ ନିଜ ବୟଫ୍ରେଣ୍ଡଙ୍କ ପାଇଁ ସବୁବେଳେ ଡିପ୍ରେସନରେ ରହୁଥିଲେ। ନିଜ ବୟଫ୍ରେଣ୍ଡ ଅନ୍ୟ ଯୁବତୀଙ୍କ ସହ ରିଲେସନ୍ରେ ରହୁଥିବା ଖବର ପାଇବା ପରଠୁ ଚିନ୍ତିତ ରହୁଥିଲେ ବିଦିଶା। ସେ ଏହାକୁ ସହ୍ୟ କରିପାରୁ ନ ଥିବା ବେଳେ ନିଜ ବୟଫ୍ରେଣ୍ଡଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ।
ହେଲେ ତାଙ୍କ ଘରୁ ମିଳିଥିବା ସୁଇସାଇଡ ନୋଟରେ କ୍ୟାନସରରେ ପୀଡ଼ିତ ହେବାରୁ ସେ ଏପରି ପଦକ୍ଷେପ ନେଉଥିବା ଉଲ୍ଲେଖ ଅଛି । ହେଲେ ଏହାକୁ ତାଙ୍କ ପରିବାର ଲୋକ ଓ ସାଙ୍ଗମାନେ ଗ୍ରହଣ କରିପାରୁ ନ ଥିବା ବେଳେ ବିଦିଶା କ୍ୟାନସରରେ ଆକ୍ରାନ୍ତ ହେବା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି କହିଛନ୍ତି। ତେଣୁ କେଉଁ ଘଟଣା ଠିକ୍, କ’ଣ ପାଇଁ ସେ ଏପରି ଚରମ ନିଷ୍ପତ୍ତି ନେଲେ ସେ, ଉକ୍ତ ସୁଇସାଇଡ ନୋଟକୁ ବିଦିଶା ଲେଖିଥିଲେ, ନା ଆଉ କିଏ ଲେଖିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।




admin 