ବକ୍ସ ଅଫିସରେ ‘ଦ କାଶ୍ମୀର ଫାଇଲ୍ସ’ର ଧମାଲ, ୫ ଦିନରେ ୬୦ କୋଟିରୁ ଅଧିକ ଆୟ
ବକ୍ସ ଅଫିସରେ ‘ଦ କାଶ୍ମୀର ଫାଇଲ୍ସ’ର ଧମାଲ, ୫ ଦିନରେ ୬୦ କୋଟିରୁ ଅଧିକ ଆୟ
ନୂଆଦିଲ୍ଲୀ: ସାରା ଦେଶରେ ଚହଳ ସୃଷ୍ଟି କରିଥିବା ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଫିଲ୍ମ ‘ଦ କଶ୍ମୀର ଫାଇଲସ’ ବକ୍ସ ଅଫିସରେ ଧମାଲ କରୁଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦେଶିତ ଏହି ଫିଲ୍ମ ଗତ ୫ଦିନ ମଧ୍ୟରେ ୬୦ କୋଟି ଟଙ୍କାରୁ ଊର୍ଧ୍ବ ଆୟ କରିଥିବା କୁହାଯାଉଛି। ତେବେ ଗତ ୪ଦିନ ମଧ୍ୟରେ ଏହି ସିନେମା ବକ୍ସ ଅଫିସରେ ୪୭.୮୫କୋଟି ଟଙ୍କା ଆୟ କରିଥିବା ଶୁଣିବାକୁ ମିଳିଥିଲା।
ଗୋଟିଏ ଦିନରେ ୧୭କୋଟି ଟଙ୍କା ଆୟ କରିଛି ସିନେମା । ଏଥିସହିତ ଦ୍ବିତୀୟ ସପ୍ତାହ କଲେକସନ ପ୍ରଥମ ସପ୍ତାହ ଅପେକ୍ଷା ଅଧିକ ହେବ ବୋଲି ଆଶା ରଖାଯାଇଛି। ଏତଦବ୍ୟତୀତ ‘ଦ କଶ୍ମୀର ଫାଇଲସ’ ୧୦୦କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।
ମାର୍ଚ୍ଚ ୧୧ରେ ରିଲିଜ ହୋଇଥିବା ‘ଦ କଶ୍ମୀର ଫାଇଲସ’ ପ୍ରତିଦିନ ହାଉସଫୁଲ ରହିଛି। ସିନେମା ପ୍ରଥମଦିନରୁ ୩.୫୫କୋଟି ଟଙ୍କାର ଆୟ କରିଥିବା ବେଳେ ଦ୍ବିତୀୟ ଦିନରୁ ଏହା ଦୁଇଗୁଣା ଆୟ କରୁଛି। ଅନେକ ରାଜ୍ୟରେ ସିନେମାକୁ ଟିକସ ଛାଡ଼ କରାଯାଇଛି। ‘ଦ କଶ୍ମୀର ଫାଇଲସ୍’ ୫୬୧ ସିନେମା ଘରେ ରିଲିଜ କରାଯାଇଛି। ଯାହା ଅନ୍ୟ ସିନେମା ତୁଳନାରେ କମ ରହିଛି। ଏହା ସତ୍ତ୍ବେ ବି ସିନେମା ରେକର୍ଡ ଭାଙ୍ଗି ଆୟ କରୁଛି।
ଶୁକ୍ରବାର ୩.୫୫କୋଟି, ଶନିବାର ୮.୫୦କୋଟି, ରବିବାର ୧୫.୧୦କୋଟି, ସୋମବାର ୧୫.୦୫କୋଟି, ମଙ୍ଗଳବାର ୧୮କୋଟି ଟଙ୍କା, ମୋଟ ୬୦.୨୦କୋଟି ଟଙ୍କା ଆୟ କରିଛି ସିନେମା।
ଏହି ସିନେମାରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ କାହାଣୀ ମାଧ୍ୟମରେ ଦର୍ଶାଯାଇଛି। ଆତଙ୍କବାଦୀମାଦେ କିଭଳି ଗୋଳବାରୁଦ ଭୟ ଦେଖାଇ ତାଙ୍କୁ ସେଠାରୁ ବିତାଡ଼ିତ କରିଥିଲେ ତାହା ଉପରେ ଉକ୍ତ ସିନେମାଟି ଆଧରିତ ହୋଇଛି।




admin 