ଆଜାଦଙ୍କ ଘରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ମେଳି

ଆଜାଦଙ୍କ ଘରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ମେଳି

ଆଜାଦଙ୍କ ଘରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ମେଳି

ନୂଆଦିଲ୍ଲୀ: କଂଗ୍ରେସର ୫ ରାଜ୍ୟରେ ପରାଜୟ ପରେ ଦଳରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଅସନ୍ତୁଷ୍ଟ ଗୋଷ୍ଠୀ  କୁହାଯାଉଥିବା  ‘ଜି-୨୩’ ନେତାଙ୍କ ମେଳି ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ରାତ୍ରି ଭୋଜନ ପର୍ବରେ ଏକାଠି ହୋଇଛନ୍ତି କଂଗ୍ରେସର ଏହି ନେତୃବୃନ୍ଦ। ପ୍ରଥମେ ଏହି ବୈଠକ କପିଲ ସିବଲଙ୍କ ଘରେ ବସିବା ଧାର୍ୟ୍ୟ ହୋଇଥିବା ବେଳେ ପରେ ତାହା ଆଜାଦଙ୍କ ବାସଭବନକୁ ସ୍ଥାନାନ୍ତରିତ ହୋଇଥିଲା। ବର୍ତ୍ତମାନ ଏହି ବୈଠକ ଜାରି ରହିଛି। ତେବେ ଆଜି ଏହି ବୈଠକରେ ୨୧ ଜଣ ନେତା ଯୋଗ ଦେଇଛନ୍ତି।

ଆଜାଦଙ୍କ ବାସଭବନରେ ଉପସ୍ଥିତ ଥିବା ନେତାମାନେ ହେଲେ କପିଲ ସିବଲ, ମନୀଷ ତିୱାରୀ, ଆନନ୍ଦ ଶର୍ମା, ଭୁପେନ୍ଦର ସିଂ ହୁଡା, ଅଖିଳେଶ ପ୍ରସାଦ ସିଂ,ପୃଥ୍ବୀରାଜ ଚଭନ, ମଣିଶଙ୍କର ଆୟାର,ଶଙ୍କର ସିଂ ବାଘେଲା, ପ୍ରନୀତ କୌର, ପି.ଜେ. କୁରିଏନ୍, ସନ୍ଦୀପ ଦୀକ୍ଷିତ, ରାଜ ବବର ଓ ଶଶି ଥରୁର୍।

ସଂପ୍ରତି ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ କଂଗ୍ରେସକୁ ଅପମାନଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। କଂଗ୍ରେସ ସଂଗଠନର ଅମୂଳଚୂଳ ପରିବର୍ତ୍ତନ ତଥା ଦଳର ସଭାପତି ନିର୍ବାଚନ ପାଇଁ ଦାବି କରୁଛନ୍ତି ଜି-୨୩ ନେତୃମଣ୍ଡଳୀ। ନିକଟରେ ସମାପ୍ତ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା