ଫେସନ ଦୁନିଆରେ ନୂଆ

ଫେସନ ଦୁନିଆରେ ନୂଆ

ଫେସନ ଦୁନିଆରେ ନୂଆ
ଫେସନ୍ ଦୁନିଆରେ ଅରଗାଞ୍ଜା ଏକ ନୂଆ ପୋଷାକ । ଏହା ସାଧାରଣ ସୂତା, ସିଲକ, ରେୟନ, ସିନ୍ଥେଟିକ ଫାଇବରରେ ତିଆରି । କାରିଗରମାନେ ଏଥିରେ ଆକର୍ଷଣୀୟ ଶାଢ଼ି, ଦୁପଟା, ମିନି ସ୍କଟ ଆଙ୍କେଲ, ଲେନଅ ପ୍ୟାଣ୍ଟ, ବିବାହ ପୋଷାକ, ଆଦି ତିଆରି କରୁଛନ୍ତି । ଏକାଧିକ ରଙ୍ଗ ଓ ପ୍ରିଣ୍ଟର ଅରଗାଞ୍ଜା ବଜାରରେ ଉପଲବ୍ଧ । ସେଥିମଧ୍ୟରୁ ଏମ୍ବ୍ରୋଡୋରି, କ୍ରିଷ୍ଟାଲ, ମିରଟ, ସର୍ଟ, କ୍ରଶଡ଼, ସାଟିନ ଅରଗାଞ୍ଜା ପିନ୍ଧିବା ପାଇଁ ଯୁବତୀ ଓ ମହିଳାମାନେ ଅଧିକ ପସନ୍ଦ କରୁଛନ୍ତି । ଏହି ପୋଷାକ ହାଲୁକା ଓ ଆରାମ ଦାୟକ । କୌଣସି ଉତ୍ସବ ଆସରକୁ ଯାଉଥିଲେ କ୍ରିଷ୍ଟାଲ, ମୋତି କିମ୍ବା ଛୋଟ ମିରର ଗୁନ୍ଥା ଯାଇଥିବା ଅରଗାଞ୍ଜା ପିନ୍ଧନ୍ତୁ, ଆକର୍ଷଣୀୟ ଦିଶିବେ ଏବଂ ସମସ୍ତଙ୍କ ଦୃଷ୍ଟିକୁ ଆସିବେ ।