ଫେଲ ଘୋଷିତ ପ୍ରାର୍ଥୀ ହେଲେ ଟପ୍ପର

ଫେଲ ଘୋଷିତ ପ୍ରାର୍ଥୀ ହେଲେ ଟପ୍ପର

ଫେଲ ଘୋଷିତ ପ୍ରାର୍ଥୀ ହେଲେ ଟପ୍ପର
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପ୍ରକାଶିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ) ୨୦୨୦ ରେ ବ୍ୟାପକ ବିଭ୍ରାଟ ଦେଖାଯାଇଛି । ବିଭ୍ରାଟ ପରେ ଯେ ଫେଲ ଘୋଷିତ ହୋଇଥିବା ଜଣେ ପ୍ରାର୍ଥୀ ସର୍ବଭାରତୀୟ ସ୍ତରରେ ଏସଟି ବର୍ଗରେ ପ୍ରଥମ ହୋଇଛନ୍ତି । ରାଜସ୍ଥାନ ସାୱାଇ ମାଧୋପୁର ଜିଲ୍ଲାର ମୃଦୁଳା ରାୱତ (୧୭) ନାମକ ଜଣେ ଛାତ୍ରଙ୍କୁ ଦିଆଯାଇଥିବା ପ୍ରଥମ ମାର୍କସିଟରେ ଫେଲ ଘୋଷଣା କରାଯାଇଥିଲା । ତାଙ୍କୁ ୭୨୦ ନମ୍ବରରୁ ୩୨୯ ନମ୍ବର ମିଳିଥିଲା । ତେବେ ମୃଦୁଳା ତାଙ୍କର ଓଏମଆର ସିଟ ଓ ଉତ୍ତର ପୁନଃ ଯାଞ୍ଚ ପାଇଁ ଆବେଦନ କରିବା ପରେ ତାଙ୍କୁ ୬୫୦ ନମ୍ବର ମିଳିଥିଲା । ତ୍ରୁଟି ସଂଶୋଧନ ପୂର୍ବକ ତାଙ୍କୁ ଦ୍ୱିତୀୟ ମାର୍କସିଟ ଦିଆଯାଇଥିଲା । ଦ୍ୱିତୀୟ ମାର୍କସିଟ ଅନୁଯାୟୀ ମୃଦୁଳା ସର୍ବଭାରତୀୟ ସ୍ତରରେ ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ଟପ୍ପର ହୋଇଛନ୍ତି । ସାଧାରଣ ବର୍ଗରେ ତାଙ୍କର ସର୍ବଭାରତୀୟ ସ୍ଥାନ ୩୫୭୭