ଫେବ୍ରୁଆରି ୧୨ରେ ଏନଏମଏମଏସ ପରୀକ୍ଷା

ଫେବ୍ରୁଆରି ୧୨ରେ ଏନଏମଏମଏସ ପରୀକ୍ଷା

ଫେବ୍ରୁଆରି ୧୨ରେ ଏନଏମଏମଏସ ପରୀକ୍ଷା

ଭୁବନେଶ୍ୱର : ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ହେବାକୁ ଥିବା ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ଫେବ୍ରୁଆରି ୧୨ରେ ଅନୁଷ୍ଠିତ ହେବା ପୂର୍ବରୁ ଏହି ପରୀକ୍ଷା ଡିସେମ୍ବର ୪ରେ ହେବାର ଥିଲା ।

ଯେଉଁ ଛାତ୍ରଛାତ୍ରୀ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ଲାଗି ଅନଲାଇନରେ ଆବେଦନ କରିବା ସହ ଯୋଗ୍ୟ ବିବେଚିତ ହୋଇଥିଲେ ସେମାନେ ଉକ୍ତ ପରୀକ୍ଷା ଦେଇପାରିବେ ।ଆସନ୍ତା ଜାନୁଆରି ୨୫ରୁ ଯୋଗ୍ୟ ଛାତ୍ରଛାତ୍ରୀ ପରିଷଦ ୱେବସାଇଟ ntse.scert odisha.nic.in ରୁ ସେମାନଙ୍କ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ ।