ଫୁଲକୋବି କୋରମା

ଫୁଲକୋବି କୋରମା

ଫୁଲକୋବି କୋରମା
ସାମଗ୍ରୀ: ଫୁଲକୋବି ୧ଟା, ଅଦାବଟା ୧ ଚାମଚ, ଲଙ୍କାଗୁଣ୍ଡ ଅଧାଚାମଚ, ହଳଦୀଗୁଣ୍ଡ ଅଧାଚାମଚ, କାଜୁବଟା ଅଧାକପ, ସିଝାପିଆଜ ୧ଟା, ଧନିଆଗୁଣ୍ଡ ଅଧାଚାମଚ, ଗରମ ମସଲା ଅଧାଚାମଚ, କିସମିସ ୧ ଚାମଚ, ନଡ଼ିଆ ରସ ୧ ଚାମଚ, ଚିନି ୨ ଚାମଚ, ଘିଅ ୧ ଚାମଚ, ଅଳ୍ପ ଧନିଆ ପତ୍ର, ଲୁଣ ପ୍ରୟୋଜନ ଅନୁସାରେ, ତେଲ ଆବଶ୍ୟକ ଅନୁଯାୟୀ । ପ୍ରଥମେ କୋବିକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ହଳଦୀ ଓ ଲୁଣ ଗୋଳେଇ ରଖି ଦିଅନ୍ତୁ । ଗ୍ୟାସ୍ରେ କଡେ଼ଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲା ପରେ କୋବିକୁ ପକାଇ ଭାଜନ୍ତୁ । ସେଥିରେ ସିଜା ପିଆଜ, ଅଦାବଟା, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ପକାଇ କଷି ଦିଅନ୍ତୁ । ମସଲାରୁ ତେଲ ଛାଡ଼ି ଆସିଲେ କାଜୁବଟା, କିସମିସ, ଚିନି ଓ ଲୁଣ ପକାଇ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ତା’ପରେ ନଡ଼ିଆ ରସ ପକାଇ କୋବିକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ । କୋବି ନରମ ହୋଇ ଆସିଲେ ଗରମ ମସଲା ଓ ଘିଅ ପକାଇ ଗୋଳେଇ ଦିଅନ୍ତୁ । ଗ୍ୟାସ୍ ବନ୍ଦ କରି ସେଥିରେ ଧନିଆ ପତ୍ର ପକାନ୍ତୁ । ତା’ପରେ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଗରମ ଗରମ ରୁଟି କିମ୍ବା ଭାତ ସହିତ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ ।