ପ୍ରସନ୍ନ ଚାକିରିରୁ ବିଦା ହେଲେ
ପ୍ରସନ୍ନ ଚାକିରିରୁ ବିଦା ହେଲେ
ଭୁବନେଶ୍ୱର:ବିବାଦୀୟ କନଷ୍ଟେବଳଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ।
ହୋଟେଲ୍ ସାଉଥ୍ ସିଟିରେ ବିନା ଲାଇସେନ୍ସ ଓ କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍ ଚଳାଉଥିବା ମାମଲାରେ ସଂପୃକ୍ତ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଏବଂ ୫ଟି ଫୌଜଦାରୀ ମାମଲା ରହିଥିଲା।
ମନୀଷ ଅନୁରାଗଙ୍କ ହତ୍ୟାକାଣ୍ଡ ପରେ ଚର୍ଚ୍ଚାକୁ ଆସିଥିବା ବିବାଦୀୟ ବାର ସାଉଥ ସିଟି। ଏହି ବାର ପଛରେ ଥିଲେ କନଷ୍ଟେବଳ ପ୍ରସନ୍ନ। ବହୁ ଚର୍ଚ୍ଚା ହେବା ପରେ ଦୁଇ ଦିନ ତଳେ ପ୍ରସନ୍ନଙ୍କୁ କମିଶନରେଟ୍ ପୁଲିସ ପ୍ରଥମେ ଚାକିରିରୁ ନିଲମ୍ବନ କରିଥିଲା, ତାପରେ ତାଙ୍କୁ ଗିରଫ କରାଯାଇଥିଲା। ନିଜ ଭାଇ ନାଁରେ ଲିଜ୍ ନେଇ ବେଆଇନ ଭାବେ ହୋଟେଲ୍ ଓ ବାର ସାଉଥ୍ ସିଟିକୁ ଚଲାଉଥିଲେ ପ୍ରସନ୍ନ।




admin 