ପ୍ରଶାସନର ନିଷ୍ପତ୍ତି, ଚଳିତବର୍ଷ ନିଶ୍ଚିନ୍ତକୋଇଲିରେ ବନ୍ଦ ରହିବ ଶନିଯାତ୍ରା ।

ପ୍ରଶାସନର ନିଷ୍ପତ୍ତି, ଚଳିତବର୍ଷ ନିଶ୍ଚିନ୍ତକୋଇଲିରେ ବନ୍ଦ ରହିବ ଶନିଯାତ୍ରା ।

ପ୍ରଶାସନର ନିଷ୍ପତ୍ତି, ଚଳିତବର୍ଷ ନିଶ୍ଚିନ୍ତକୋଇଲିରେ ବନ୍ଦ ରହିବ ଶନିଯାତ୍ରା ।
ନିଶ୍ଚିନ୍ତକୋଇଲିରେ ଶନିଯାତ୍ରା କୋରନା ପାଇଁ ଚଳିତବର୍ଷ ବନ୍ଦ ରହିବ ବୋଲି ପ୍ରଶାସନିକ ନିଷ୍ପତ୍ତି ହୋଇଛି । ଆସନ୍ତା ୨ ତାରିଖରେ ହେବାକୁ ଥିବା ଜଳାଭିଷେକ ହେବ ନାହିଁ କି ଭକ୍ତମାନଙ୍କର ଦର୍ଶନ କିମ୍ବା ଭୋଗ ମଧ୍ୟ ହେବ ନାହିଁ ସେ ନେଇ ଆଲୋଚନା ହୋଇଥିଲା।ତେଣୁ ଶନିଯାତ୍ରା ଦିନ ଭକ୍ତ ମାନଙ୍କୁ ଏଠାକୁ ନଆସିବା ପାଇଁ ମନ୍ଦିର ପରିଚାଳନା କମିଟି ପଖ୍ୟରୁ ଅନୁରୋଧ କରାଯାଇଛି। ଯେଉଁମାନେ ଏହାକୁ ନମାନି ଯାତ୍ରାଦିନ ଶନିଶ୍ଚର ମହାପ୍ରଭୁ ଙ୍କ ନିକଟକୁ ଆସିବେ ସେମାନଙ୍କୁ ଆଇନ ଅନୁଯାଇ ଦଣ୍ଡିତ ହେବାକୁ ପଡିବ। ସାରା ବିଶ୍ୱରେ କରୋନା ମାରିଥିବା ବେଳେ ରାଜ୍ୟରେ କରୋନା ମୁକାବିଲା ନେଇ ଲକଡାଉନ ଜାରି ରହିଛି। ତେବେ ଏହି କଟକଣାକୁ ନଜରରେ ରଖି ପ୍ରଶାସନ ସମସ୍ତ ଦେବା ଦେବୀ ପୀଠରେ ପୂଜା ପର୍ବ ନିଡାମ୍ବରରେ କରାଯାଉଛି। ଆସନ୍ତା ୨ ତାରିଖରେ ହେବାକୁ ଥିବା ଶନି ଯାତ୍ରା କୁ ମଧ୍ୟ ବନ୍ଦ କରାଯାଇଛି।