ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ତା (ଏନଆଇଏ)ର ମୁମ୍ବାଇ ଶାଖାକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଛି । ମେଲ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ୨୦କିଲୋଗ୍ରାମ ଆରଡିଏକ୍ସ ରହିଥିବା ସେ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଲକ୍ଷାଧିକ ଲୋକଙ୍କୁ ହତ୍ୟା କରିବା ପାଇଁ ସେ ପ୍ରସ୍ତୁତ ଥିବା ମେଲ୍ରେ ଉଲ୍ଲେଖ କରିଛନ୍ତି।
ସେହି ଅଜଣା ବ୍ୟକ୍ତି ଜଣଙ୍କ କେତେଜଣ ଆତଙ୍କବାଦୀଙ୍କୁ ଭେଟିଥିଲେ । ସେମାନେ ତାଙ୍କୁ ଆରଡିଏକ୍ସ ଯୋଗାଇଦେବେ । ଖୁବ୍ ସହଜରେ ବୋମା ପାଇଯିବେ ଓ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା ହୋଇଛି ବୋଲି ମେଲରେ ଉଲ୍ଲେଖ ରହିଛି ।
ଏହା ସହିତ ୨୦ ସ୍ଲିପର ସେଲ୍ ସକ୍ରିୟ ହୋଇ ଲକ୍ଷାଧିକ ଲୋକଙ୍କୁ ହତ୍ୟା କରିବେ ବୋଲି ଧମକପୂର୍ଣ୍ଣ ମେଲରେ ରହିଛି । ଏହି ମେଲ୍ କିଏ ଓ କାହିଁକି ପଠାଇଛି ଓ ଏହାପଛରେ କେତେ ସତ୍ୟତା ରହିଛି, ତାହା ଜାଣିବା ପାଇଁ ଏନଆଇଏ ଏବଂ ଗୁଇନ୍ଦା ସଂସ୍ଥା ଉଦ୍ୟମ ଚଳାଇଛନ୍ତି ।




admin 