ପେଟ୍ରୋଲ୍‌ ଲାଗି ଲମ୍ବା ଧାଡ଼ି, ୩ ଜଣଙ୍କ ଜୀବନ ଗଲା

ପେଟ୍ରୋଲ୍‌ ଲାଗି ଲମ୍ବା ଧାଡ଼ି, ୩ ଜଣଙ୍କ ଜୀବନ ଗଲା

ପେଟ୍ରୋଲ୍‌ ଲାଗି ଲମ୍ବା ଧାଡ଼ି, ୩ ଜଣଙ୍କ ଜୀବନ ଗଲା

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି।  ହୁ ହୁ ହୋଇ ବଢୁଛି ଦରଦାମ୍ । ବିଦେଶୀ ମୁଦ୍ରା କମ୍ ଯୋଗୁ ଶ୍ରୀଲଙ୍କାରେ ଦେଖାଦେଇଥିବା ମହଙ୍ଗାମାଡ ଏବେ ସାଧରଣ ଜନତାଙ୍କ ଉପରେ ଖୁବ୍ ପ୍ରଭାବ ପକାଉଛି । ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

 

ଏମିତିକି ଡାକ୍ତଖାନାରେ ଔଷଧ ନାହିଁ ତ ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ । ଏଭଳି ସ୍ଥିତିରେ ଲୋକେ ପେଟ୍ରୋଲ ପମ୍ପରେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡୁଛି । ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପେଟ୍ରୋଲ ପାଇଁ ଲାଇନରେ ଛିଡା ହୋଇଥିବା ୩ଜଣଙ୍କ ମୃତୁ୍ୟ ହୋଇଛି । ଏହି ମୃତୁ୍ୟ ପରେ ସ୍ଥିତି ଜଟିଳ ହୋଇଛି । ତେବେ ସୁରକ୍ଷା ଓ ଉତ୍ତେଜନା ପରିସ୍ଥିତିକୁ ଏଡାଇବା ପାଇଁ ଏବେ ସରକାରୀ ପେଟ୍ରୋଲ ପମ୍ପରେ ୨ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ବର୍ତ୍ତମାନ ସେଠାରେ ପେଟ୍ରୋଲ ଲିଟର ପିଛା ୨୫୪ଟଙ୍କାରେ ପହଞ୍ଚିଥିବାବେଳେ, ଏହା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । 


ଅନ୍ୟପଟେ ଶ୍ରୀଲଙ୍କାରେ ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି  । ଦେଶରେ ଖାଦ୍ୟାଭାବ ସହ ବିଭିନ୍ନ ନିତ୍ୟବ୍ୟବହାର ଜିନିଷର ଦରଦାମ୍ ଅହେତୁକ ବୃଦ୍ଧି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି  ।

ଏନେଇ ଗତକାଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ଗେଜେଟ୍ ସ୍ୱାକ୍ଷର କରିବା ସହ ସମସ୍ତ କ୍ଷମତା ନିଜ ହାତକୁ ନେଇଛନ୍ତି  । ଶୁକ୍ରବାରଠୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଦେଶରେ ଆହୁରି ଉକôଟ ହୋଇଛି ସମସ୍ୟା  ।

ଉକôଟ ଆର୍ଥିକ ସଂକଟକୁ ବିରୋଧ କରି ଶ୍ରୀଲଙ୍କାରେ ଲୋକମାନେ ଆନେ୍ଦାଳନ ଜାରି ରଖିଛନ୍ତି  । ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା  ।