ପ୍ରଥମ ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ରେଳ ଷ୍ଟେଶନ

ପ୍ରଥମ ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ରେଳ ଷ୍ଟେଶନ

ପ୍ରଥମ ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ରେଳ ଷ୍ଟେଶନ
ଭୁବନେଶ୍ୱର:ଦେଶର ପ୍ରଥମ ମଲ୍ଟି ମୋଡାଲ ହବ୍‌ (ବହୁମୁଖି ପରିବହନ କେନ୍ଦ୍ର) ହେବ ଭୁବନେଶ୍ୱର ରେଳ ଷ୍ଟେଶନ। ଯାତ୍ରୀଙ୍କୁ ଏଠାରେ ବିମାନବନ୍ଦର ଅପେକ୍ଷା ଅଧିକ ସୁବିଧା ମିଳିବ। ରେଳ ଷ୍ଟେଶନକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱସ୍ତରୀୟ କରାଯିବାକୁ ରେଲଓ୍ବେ ସହିତ ରାଜ୍ୟ ସରକାର ହାତ ମିଳାଇଛନ୍ତି। ସମଗ୍ର ଷ୍ଟେଶନ ଶୀତତାପ ନିୟନ୍ତ୍ରିତ ହେବାକୁ ଥିବା ବେଳେ ୬ ମହଲା ବିଶିଷ୍ଟ ଷ୍ଟେଶନ ବିଲଡିଂ ରହିବ। ବିମାନବନ୍ଦର ପରି ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ଭିତରେ ରଙ୍ଗବେରଙ୍ଗର ଆଲୁଅ ସହ ଅତ୍ୟାଧୁନିକ ସୁବିଧା ଓ ବାହାରେ ବଡ ସମୟ ବିତାଇବା ଲାଗି ବଡ଼ ବଗିଚା ରହିବ। ଯେଉଁଠି ଯାତ୍ରୀମାନେ ବସି ଆରାମ କରିପାରିବେ। ଯାହାପାଇଁ ଗୁରୁବାର ନୂଆଦିଲ୍ଲୀଠାରେ ରେଲଓ୍ବେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଭୁବନେଶ୍ୱର ରେଲ୍‌ୱେ ଷ୍ଟେଶନର ଉନ୍ନତୀକରଣ ପାଇଁ ରେଲୱେ ୭୦ କୋଟି ଓ ରାଜ୍ୟ ସରକାର ୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ଷ୍ଟେଶନର ପାରିପାର୍ଶ୍ୱିକ ଉନ୍ନତୀକରଣ ଓ ନୂତନ ବିଲ୍ଡିଂ ନିର୍ମାଣ ପାଇଁ ରାଜ୍ୟ ସରକାର ଇଞ୍ଜିନିୟରିଂ ପ୍ରକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକଶନ (ଇପିସି) ମୋଡ଼ରେ ୩୦୦ କୋଟି ଓ ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡରେ ୫୪୦ କୋଟି ଟଙ୍କା ବ୍ୟୟ କରିବେ। ଯେଉଁଥିରେ କି ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁମାନଙ୍କ ପାଇଁ ପ୍ଲାଜା ଓ ଫୁଡ କୋର୍ଟର ସୁବିଧା କରାଯିବ। ଏଥିସହ ଗହଳି କମାଇବା ଲାଗି ପଥଗୁଡିକୁ ଭାଗ ଭାଗ କରାଯିବ। ବସ୍‌ ପାଇଁ ଅଲଗା, ଅଟୋ ରିକ୍ସା ପାଇଁ ଅଲଗା, ଟ୍ୟାକ୍ସି ପାଇଁ ଅଲଗା, ଦୁଇ ଚକିଆ ଯାନ ପାଇଁ ଅଲଗା ଓ ସ୍ବତନ୍ତ୍ର ଭାବେ ସାଇକେଲ ଆରୋହୀ ଏବଂ ପଥଚାରୀଙ୍କ ପାଇଁ ଭିନ୍ନ ଭିନ୍ନ ପଥ ନିର୍ମାଣ କରାଯିବ।