ପୌର ନିର୍ବାଚନ ପାଇଁ ପୁନଃ ସୀମା ନିର୍ଦ୍ଧାରଣ ହେବ

ପୌର ନିର୍ବାଚନ ପାଇଁ ପୁନଃ ସୀମା ନିର୍ଦ୍ଧାରଣ ହେବ

ପୌର ନିର୍ବାଚନ ପାଇଁ ପୁନଃ ସୀମା ନିର୍ଦ୍ଧାରଣ ହେବ

ଭୁବନେଶ୍ୱର: ପାଖେଇ ଆସୁଛି ପୌର ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏଥିପାଇଁ ସବୁ ମୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ପୌର ନିଦେ୍ର୍ଧଶକ ଚିଠି ଲେଖିଛନ୍ତି ।
୨୦୨୧ ଜନଗଣନା ଅନୁସାରେ, ୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ହେବ। ସିଡୁ୍ୟଲ ନଥିବା ଅଂଚଳରେ ଓବିସି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ । ଜାନୁୟାରୀ ୫ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ଆସିବ ।
ଜାନୁୟାରୀ ୭ସୁଦ୍ଧା ଚିଠା ତାଲିକା ପ୍ରକାଶ ପାଇବ । ଏହାସହିତ ମୁନିସିପାଲିଟି ଓ ଏନଏସି ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାନୁୟାରୀ ୧୨ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି । ଜାନୁୟାରୀ ୧୨ରେ ପୁଣି ସୀମା ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।