ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ପରଲୋକ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସେକ ମତଲୁବ ଅଲ୍ଲୀଙ୍କର ପରଲୋକ ହୋଇଯାଇଛି । ଗତ ୧୪ରୁ ସେ ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କର ଆଜି ପରଲୋକ ହୋଇଯାଇଛି ବୋଲି ତାଙ୍କ ପୁଅ ମାସୁଦ ଅଲ୍ଲୀ ସୂଚନା ଦେଇଛନ୍ତି । ମୃତୁ୍ୟବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ମାହାଙ୍ଗାରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜାନକୀ ପଟ୍ଟନାୟକଙ୍କ ସରକାରରେ ସେ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ । ୧୯୪୨ ମସିହା ଡିସେମ୍ବର ୧୬ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜନାବ ସେଖ ରାକୁ ମିଆଁ । ସାମ୍ବାଦିକତା କ୍ଷେତ୍ର ସହ ମଧ୍ୟ ସେ ଜଡ଼ିତ ଥିଲେ । ରେଭେନ୍ସାରେ ପାଠ ପଢ଼ୁଥିବାବେଳେ ସେ ମାଗାଜିନର ସମ୍ପାଦନା ମଧ୍ୟ କରୁଥିଲେ । ମୌସୁମୀ, ଗଣକବି ସ୍ମରଣିକା, ଜଗମୋହନ ଲାଲ ସ୍ମରଣିକା, ପ୍ୟାରୀମୋହନ ଲାଲ ସ୍ମରଣିକା ଭଳି ପୁସ୍ତକ ମଧ୍ୟ ରଚନା କରିଥିଲେ । ଓଡ଼ିଆ ସାହିତ୍ୟ ଏକାଡେ଼ମୀର ସେ ସଭାପତି ମଧ୍ୟ ଥିଲେ । ସେହିପରି ଉକôଳ ସାହିତ୍ୟ ସମାଜ, ଯୁବ ଲେଖକ ସମ୍ମିଳନୀ ସହ ମଧ୍ୟ ଜଡ଼ିତ ଥିଲେ । ବିଭିନ୍ନ ଶ୍ରମିକ ସଂଗଠନ ସହ ଜଡ଼ିତ ରହି ସେମାନଙ୍କ ହକ ପାଇଁ ଲଢେ଼ଇ କରି ଆସୁଥିଲେ ।