ଆଜି ୪୩୪୦ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୪୩୪୦ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୪୩୪୦ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୪୩୪୦ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୫୧୭ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୮୨୩ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨ , ବରଗଡରୁ ୧୦୮, ଭଦ୍ରକରୁ ୧୦୫, ବଲାଙ୍ଗୀର ୫୩, ବୌଦ୍ଧରୁ ୬୭, କଟକରୁ ୫୬୭, ଦେବଗଡରୁ ୨୨, ଢେଙ୍କାନାଳରୁ ୫୬, ଗଜପତି ୧୯, ଗଞ୍ଜାମରୁ ୯୦, ଜଗତସିଂହପୁରରୁ ୧୯୩, ଯାଜପୁରରୁ ୧୫୧, ଝାରସୁଗୁଡାରୁ ୧୭୪, କଳାହାଣ୍ଡିରୁ ୫୮, କନ୍ଧମାଳ ୧୪୩ , କେନ୍ଦ୍ରାପଡାରୁ ୧୦୯, କେନ୍ଦୁଝରରୁ ୯୦, ଖୋର୍ଦ୍ଧାରୁ ୬୫୩, କୋରାପୁଟରୁ ୭୭, ମାଲକାନଗିରିରୁ ୩୪, ମୟୁରଭଞ୍ଜରୁ ୧୨୭, ନବରଙ୍ଗପୁରରୁ ୧୪୩, ନୟାଗଡରୁ ୮୪, ନୂଆପଡାରୁ ୭୪, ପୁରୀରୁ ୨୦୩ , ରାୟଗଡାରୁ ୬୨, ସମ୍ବଲପୁରରୁ ୧୩୦, ସୋନପୁରରୁ ୧୨୯ ଏବଂ ସୁନ୍ଦରଗଡରୁ ୧୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଷ୍ଟେଟ ପୁଲରୁ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୮୮୮ ହୋଇଥିବା ବେଳେ ଏହା ମଧ୍ୟରୁ ୧୫୭୨୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୮୧୮ ରହିଛି ।