ପୁଲିସରେ ପୂରଣ ହେବ ୧୭୩୦ ପଦବୀ

ପୁଲିସରେ ପୂରଣ ହେବ ୧୭୩୦ ପଦବୀ

ପୁଲିସରେ ପୂରଣ ହେବ ୧୭୩୦ ପଦବୀ

ଭୁବନେଶ୍ୱର : ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ମହାନ  । ଆମେ ତାଙ୍କର ସେବା କରିବାକୁ ଅଛୁ  । ମୋ ସରକାର ସାଧୁତା, ସ୍ୱଚ୍ଛତା ଓ ଉଚ୍ଚ ମୂଲ୍ୟବୋଧ ଉପରେ ବିଶ୍ୱାସ କରେ  । ରାଜ୍ୟର ସାମଗ୍ରୀକ ବିକାଶ ସହ ନାଗରିକଙ୍କ ପାଇଁ ନିରାପଦ ଓ ସୁରକ୍ଷିତ ପରିବେଶ ସୃଷ୍ଟି ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ  ।    

ଖର୍ଚ୍ଚଦାବି ଆଲୋଚନାର ଉତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେଯେ, ମୋଟାମୋଟି ଭାବେ ରାଜ୍ୟର ସାମଗ୍ରୀକ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି  । ରାଜ୍ୟରେ କୌଣସି ପ୍ରକାର ସାମ୍ପ୍ରଦାୟିକ ହିଂସା ଘଟିନାହିଁ  । ପଂଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ସମବାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି  । ଦୁଇ ବର୍ଷ ପରେ ସୁରୁଖୁରୁରେ ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇପାରିଛନ୍ତି  । 

ସାମଗ୍ରୀକ ଭାବେ ରାଜ୍ୟରେ ମାଓ ଉପଦ୍ରବ ବି ହ୍ରାସ ପାଇଛି  । ପଂଚାୟତ ନିର୍ବାଚନରେ ବ୍ୟାଘାତ ସୃଷ୍ଟି ପାଇଁ ବାମ ଉଗ୍ରବାଦୀମାନେ ଉଦ୍ୟମ କରିଥିଲେବି ମାଓ ପ୍ରଭାବିତ ଅଂଚଳରେ ମତଦାନ ହାର ଅଧିକ ରହିଥିଲା  । ରାଜ୍ୟ ସରକାର ଉଭୟ ମାନବ ସମ୍ବଳ ଓ ଭିତିଭୂମି ଉପରେ ଗୁରୁତ୍ୱାରୋପ କରୁଛନ୍ତି  । ଗତବର୍ଷ ପୁଲିସ ବିଭାଗରେ ୯୪୪ ପଦବୀ ସୃଷ୍ଟି ହେବା ସହ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପାଇଁ ସ୍ୱତନ୍ତ୍ର ପୁଲିସ ଥାନା ସ୍ଥାପନ କରାଯାଇଛି  । ଆଉ ୧୭୩୦ ଏସଆଇ/ଏଏସଆଇ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି  । ୨୮ଟି ଫାଣ୍ଡି ପାଇଁ ୨୦୦ ପଦବୀ ସୃଷ୍ଟି ହୋଇଛି  । ଏହାଛଡ଼ା ଚଳିତ ବର୍ଷ ରାଜ୍ୟ ସରକାର ୩ ଆଇଆର ବାଟାଲିୟନରେ ୬୬୩ଟି ପଦବୀ ମଧ୍ୟ ସୃଷ୍ଟି କରିଛନ୍ତି  ।