ପୁରୀ ବିନା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ପୁରୀ ବିନା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ପୁରୀ ବିନା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ଭୁବନେଶ୍ୱର : କେବଳ ପୁରୀରେ ହିଁ ରଥଯାତ୍ରା ହେବ  । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ  । ପୂର୍ବରୁ ହାଇକୋର୍ଟ ଏଭଳି ରାୟ ଦେଇଥିବାବେଳେ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ବି ସମାନ କଥା ଦୋହରାଇଛନ୍ତି  ।

ସୂଚନାଯୋଗ୍ୟଯେ, କରୋନା କଟକଣା ପାଇଁ ରାଜ୍ୟରେ କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଥିଲେ  । ବିନା ଭକ୍ତରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ତେବେ କେନ୍ଦ୍ରାପଡ଼ାଠାରୁ ଆରମ୍ଭ କରି ବାରିପଦା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ଆବେଦନ ହୋଇଥିଲା  । ତେବେ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ  । ହାଇକୋର୍ଟଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟ ଯାଇଥିଲେ  । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତିଯେ, ପୁରୀ ବିନା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ  । ଏନେଇ ପ୍ରଧାନ ବିଚାରପତି କହିଛନ୍ତିଯେ, ଏଭଳି କରିବାକୁ ଇଚ୍ଛା ହେଉନାହିଁ  । କିନ୍ତୁ ଆମେ ନାଚାର  । ଆସନ୍ତାବର୍ଷ ରଥଯାତ୍ରା ପାଇଁ ମହାପ୍ରଭୂ ସୁଯୋଗ ଦେବେବୋଲି ସେ କହିଛନ୍ତି  । ବାରିପଦା, ଭଟଲି, ନୀଳଗିରି ଓ କେନ୍ଦ୍ରାପଡ଼ାରେ ରଥଯାତ୍ରା ପାଇଁ ଆବେଦନ କରାଯାଇଥିଲା  ।