ଆଗାମୀ ୪ରୁ ୫ ମାସ ମଧ୍ୟରେ ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ପ୍ରକ୍ରିୟା ଶେଷ ହେବ : ଡିଏମଇଟି

ଆଗାମୀ ୪ରୁ ୫ ମାସ ମଧ୍ୟରେ ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ପ୍ରକ୍ରିୟା ଶେଷ ହେବ : ଡିଏମଇଟି

ଆଗାମୀ ୪ରୁ ୫ ମାସ ମଧ୍ୟରେ ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ପ୍ରକ୍ରିୟା ଶେଷ ହେବ : ଡିଏମଇଟି

ଭୁବନେଶ୍ୱର : ଆଗାମୀ ୪ରୁ ୫ ମାସ ମଧ୍ୟରେ ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ପ୍ରକ୍ରିୟା ଶେଷ ହେବ  । ଏଭଳି ସୂଚନା ଦେଇଛନ୍ତି ଡିଏମଇଟି  । ସେ କହିଛନ୍ତିଯେ, ଗତକାଲି ୪ ଲକ୍ଷରୁ ଉଦ୍ଧ୍ୱର୍ ଟିକାକରଣ ହୋଇଥିଲା  । ଏଯାବତ ରାଜ୍ୟରେ ପ୍ରାୟ ୧ କୋଟି ୨୫ ଲକ୍ଷ ଡୋଜ ଟିକା ଦିଆଯାଇଛି ବୋଲି ସେ କହିଛନ୍ତି  ।

ସେହିପରି ଗର୍ଭବତୀଙ୍କୁ ଟିକା ଦେବାପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଛି  । ଏଥିପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରିରହିଛି  । ଖୁବଶୀଘ୍ର ସବୁ ଜିଲ୍ଲାରେ ଏସଂକ୍ରାନ୍ତରେ ପ୍ରଶିକ୍ଷଣ ଦିଆଯିବ ବୋଲି ଡିଏମଇଟି କହିଛନ୍ତି  । ଅପରପକ୍ଷରେ କୋଭିଡ଼ ମୃତୁ୍ୟକୁ ନେଇ ସେ କହିଛନ୍ତିଯେ, ସରକାର କୋଭିଡ଼ ମୃତୁ୍ୟ ସଂକ୍ରାନ୍ତୀୟ କୌଣସି ତଥ୍ୟ ଲୁଚାଇ ନାହାନ୍ତି  । ଯେଉଁଦିନ ମୃତୁ୍ୟ ସଂଖ୍ୟା ବାହାରୁଛି ତାହା କେବଳ ସେହିଦିନର ମୃତୁ୍ୟ ସଂଖ୍ୟା ନୁହେଁ  । ଅଡ଼ିଟ କରାଯାଇ ତଥ୍ୟ ପ୍ରଦାନ କରାଯାଉଛି  । ଏବେ କୋଭିଡ଼ ଓ ଅଣକୋଡ଼ିଭ ମୃତୁ୍ୟର ବି ଅଡ଼ିଟ କରାଯାଇ ତଥ୍ୟ ପ୍ରଦାନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି  ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବରଗଡ଼ରେ ୫, ଭଦ୍ରକରେ ୨, କଟକରେ ୩, ଦେବଗଡ଼ରେ ୨, ଢେଙ୍କାନାଳରେ ୫, ଗଞ୍ଜାମରେ ୨, ଜଗତସିଂହପୁରରେ ୨, ଯାଜପୁରରେ ୩, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୧, ଖୋର୍ଦ୍ଧାରେ ୯, ମୟୂରଭଞ୍ଜରେ ୫, ନବରଙ୍ଗପୁରରେ ୧, ନୟାଗଡ଼ରେ ୩, ପୁରୀରେ ୩ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ଘଟିଛି  ।