ପୁଣି ରାଜ୍ୟରେ ଟିକାକରଣ କାର୍ୟ୍ୟକ୍ରମ ଜୋରଦାର କରାଯିବ

ପୁଣି ରାଜ୍ୟରେ ଟିକାକରଣ କାର୍ୟ୍ୟକ୍ରମ ଜୋରଦାର କରାଯିବ

ପୁଣି ରାଜ୍ୟରେ ଟିକାକରଣ କାର୍ୟ୍ୟକ୍ରମ ଜୋରଦାର କରାଯିବ

ଭୁବନେଶ୍ୱର: ପୁଣି ରାଜ୍ୟରେ ଟିକାକରଣ କାର୍ୟ୍ୟକ୍ରମ ଜୋରଦାର କରାଯିବ । ଆସନ୍ତା ୧୯ରୁ ପୁଣି କୋଭିଡ୍‌ ଟିକା ଦିଆଯିବ । କୋଭିଡ୍‌ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସିଲ୍ଡ । ହିତାଧିକାରୀ ୨ୟ ଓ ପ୍ରିକସନ୍‌ ଡୋଜ୍‌ ସମୟ ହୋଇଥିଲେ ଟିକା ନେଇପାରିବେ। ରାଜ୍ୟରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍‌ (ଡିଏଚ୍‌ଏଚ୍‌), ସବ୍‌ ଡିଭିଜିନାଲ୍‌ ହସ୍ପିଟାଲ୍‌(ଏସ୍‌ଡିଏଚ୍‌), କମ୍ୟୁନିଟ୍‌ ହେଲ୍‌ଥ ସେଣ୍ଟର(ସିଏଚ୍‌ସି) ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ରେ ଟିକା ଉପଲବ୍ଧ ହେବ ।ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ ଏହି ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟକୁ କେତେ ଟିକା ଆବଶ୍ୟକତା ରହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଜଣାଇ ଦିଆଯଇଛି । ରାଜ୍ୟକୁ ପ୍ରଥମ ୧ ଲକ୍ଷ ଟିକା ପ୍ରଦାନ ଲାଗି ମନ୍ତ୍ରଣାଳୟ ଜଣାଇଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଜାରି ରଖିଛି। ୧୯ ତାରିଖରୁ ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବ। ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଟିକା ଦିଆଯିବ ।