ପୁଣି ମାଓ ଆତଙ୍କ, ୬ ଗାଡ଼ି ଜାଳିଦେଲେ
ପୁଣି ମାଓ ଆତଙ୍କ, ୬ ଗାଡ଼ି ଜାଳିଦେଲେ
ଭବାନୀପାଟଣା: କିଛି ଦିନର ନୀରବତା ପରେ ପୁଣି ଆତଙ୍କ ଖେଳାଇଛନ୍ତି ମାଓବାଦୀ। ନିଜର ଦବଦବା ଜାହିର କରିଛନ୍ତି। ରାସ୍ତା କାମକୁ ବିରୋଧ କରି ୬ଟି ଗାଡି ଜାଳି ଦେଲେ ମାଓବାଦୀ । କଳାହାଣ୍ଡିରେ ଲାଲ ବାହିନୀର ଲଙ୍କାକାଣ୍ଡ । ନିଆଁ ଲଗାଇ ଜାଳିଦେଲେ ୬ଟି ଗାଡି । ରାସ୍ତା କାମକୁ ବିରୋଧ କରି ଗାଡି ଜାଳି ଦେଇଥିବା ବେଳେ ପୋଷ୍ଟର ଲଗାଇ ଚେତାବନୀ ଦେଇଛି ଲାଲ ସଂଗଠନ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀଘାଟ ମନସ୍କା ରାସ୍ତା କାମକୁ ବିରୋଧ କରି ପୋଷ୍ଟର ଲଗାଇବା ସହ ୩ଟି ଟ୍ରାକ୍ଟର ୨ଟି ଟିପର ଓ ଗୋଟିଏ ଜେସିବି ଗାଡିକୁ ଜାଳି ଦେଇଛନ୍ତି ।
କିଛି ଦିନ ତଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ଏରିଆ କମାଣ୍ଡର ଲାଲସୁକୁ ପୋଲିସ ଗିରଫ କରି ଆତ୍ମସମର୍ପଣର ନାଁ ଦେଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।




admin 