କାଶ୍ମୀରରେ ଅଭିନେତ୍ରୀଙ୍କୁ ଗୁଳି

କାଶ୍ମୀରରେ ଅଭିନେତ୍ରୀଙ୍କୁ ଗୁଳି

କାଶ୍ମୀରରେ ଅଭିନେତ୍ରୀଙ୍କୁ ଗୁଳି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହୋଇଛି ବୋଲି ସରକାର ଯେତେ କହୁଥିଲେ ମଧ୍ୟ ଏଥିରେ ସତ୍ୟତା ନଥିବା ଦେଖାଯାଉଛି। କିଛିଦିନ ତଳେ ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିବା ବେଳେ ବୁଧବାର ଚାଦୁରା ଅଞ୍ଚଳରେ ଟିଭି ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତ ଟିଭି ଅଭିନେତ୍ରୀଙ୍କ ନାମ ଅମରିନା ଭଟ୍ଟ ବୋଲି ଜଣାପଡିଛି । ମୃତ ଅମରିନାଙ୍କ ୧୦ ବର୍ଷୀୟ ପୁତୁରା ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମଧ୍ୟ କାଶ୍ମୀରରେ ଚାଦୁରା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି ଆତଙ୍କୀ । ଗୁରୁତର ଅବସ୍ଥାରେ ଦୁହିଁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅଭିନେତ୍ରୀ ଅମିରିନାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ମୃତକଙ୍କ ୧୦ ବର୍ଷୀୟ ପୁତୁରାର ହାତରେ ଗୁଳି ବାଜିଥିବା ବେଳେ ଚିକିତ୍ସା ଜାରି ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।