ପିଜି ନାମ ଲେଖା ଲାଗି ଏସଓପି
ପିଜି ନାମ ଲେଖା ଲାଗି ଏସଓପି
admin
Nov 27, 2020 - 08:50
Updated: Nov 27, 2020 - 08:50
ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଡିସେମ୍ବର ୫ ରୁ ପ୍ରକି୍ରୟା ଆରମ୍ଭ ହେବ । ଏହା ପୂର୍ବରୁ ଗତ ୨୧ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇଛି । ଯାହାକି ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ୱେବସାଇଟରେ ଉପଲବ୍ଧ ଅଛି । ତେବେ ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରୀୟ ନାମଲେଖା ଲାଗି ଡିସେମ୍ବର ୫ ରେ ମେଧା ତାଲିକା ପ୍ରକାଶ ପାଇବ । ଷ୍ଟୁଡେଣ୍ଟ ଲଗଇନରେ ଛାତ୍ରଛାତ୍ରୀ ସେମାନଙ୍କ ନାମଲେଖା ସ୍ଥିତି ସମ୍ପର୍କରେ ଜାଣିପାରିବେ । ଡିସେମ୍ବର ୯ ରୁ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୫ ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ରିପୋର୍ଟଂ ଡକୁ୍ୟମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ନାମଲେଖା ଆଦି ଅନୁଷ୍ଠିତ ହେବ । ୯ ତାରିଖ ପୂର୍ବାହ୍ନ ୧୦ ଟାରୁ ୧୨ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ସ୍ଲାଇଡ ଅପ ସମ୍ପର୍କରେ ଉଲ୍ଲେଖ କରିପାରିବେ । ୧୨ ତାରିଖ ଅପରାହ୍ନ ୨ଟାରେ ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କରେ ତଥ୍ୟ ଉପଲବ୍ଧ ହେବ । ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ଦ୍ୱିତୀୟ ପର୍ଯ୍ୟାୟ ବିଶ୍ୱବିଦ୍ୟାଳୟ ଓ କଲେଜସ୍ତରୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରିପୋର୍ଟିଂ ଡକୁ୍ୟମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ନାମଲେଖା ଅନୁଷ୍ଠିତ ହେବ । ୧୯ ଓ ୨୨ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍ଲାଇଡ ଅପ ଅପସନ ଦେଇପାରିବେ । ୨୨ ତାରିଖରେ ନାମଲେଖା ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବ । ୨୬ ତାରିଖ ପୂର୍ବାହ୍ନ ୧୧ଟାରେ ଦ୍ୱିତୀୟ ପର୍ଯ୍ୟାୟ ଚୟନ ତାଲିକା ପ୍ରକାଶ ପାଇବ ଏବଂ ୨୮ ଓ ୨୯ରେ ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ ଡକୁ୍ୟମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ନାମଲେଖା ହେବ । ୩୦ ତାରିଖରେ ଚୂଡାନ୍ତ ନାମଲେଖା ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବ । ଅନ୍ୟ ପକ୍ଷରେ ନାମଲେଖା ପ୍ରକି୍ରୟା ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯାଇଛି । ଏଥିରେ କୁହାଯାଇଛି ମୋଟ ୩ଟି ପର୍ଯ୍ୟାୟରେ ନାମଲେଖା ହେବ । ଏହା ପରେ ଯଦି ସିଟ ଖାଲି ପଡେ ତେବେ ସ୍ପଟ ନାମଲେଖା ନେଇ ବିଚାର ହେବ । ଚୟନ ହୋଇଥିବା ଛାତ୍ରଛାତ୍ରୀ ବିଦ୍ୟାଳୟ/କଲେଜକୁ ଆବଶ୍ୟକୀୟ ଓରିଜିନାଲ ଡକୁ୍ୟମେଣ୍ଟ ଓ ୫ଟି ଫଟୋକପି ସାଙ୍ଗରେ ନେଇ ଯାଞ୍ଚ କରିବା ସହ ନାମ ଲେଖାଇବେ । ନାମ ଲେଖା ସମୟରେ ଛାତ୍ରଛାତ୍ରୀ ଅଫଲାଇନ ମୋଡରେ ଆବଶ୍ୟକୀୟ ନାମଲେଖା ଫି କଲେକ୍ସନ କାଉଣ୍ଟରରେ ଦାଖଲ କରିବେ । ନାମଲେଖା ରାଉଣ୍ଡ ଶେଷ ହେବା ପରେ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ସାମସ ଇ ସ୍ପେସରେ ଏ ସଂକ୍ରାନ୍ତୀୟ ତଥ୍ୟ ଦାଖଲ କରିବେ । ଷ୍ଟୁଡେଣ୍ଟ ଲଗଇନାରେ ସ୍ଲାଇପ ଅପ ଅପସନ ଫର୍ମ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଯଦି ସ୍ଲାଇଡ ଅପ ଅପସନ ପୂରଣ କରି ନଥିବେ ସେମାନେ ପରବର୍ତ୍ତୀ ରାଉଣ୍ଡରେ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ ଯାଇପାରିବେ ନାହିଁ । ଯଦି ନାମଲେଖା ପ୍ରକି୍ରୟାରେ କୌଣସି ପ୍ରକାର ତ୍ରୁଟି ଯୋଗୁଁ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକ ପିଲାଙ୍କ ନାମଲେଖା କରିବାକୁ ବାରଣ କରନ୍ତି, ତେବେ ଏଭଳି ସମସ୍ୟାରେ ‘ଏରର କରେକ୍ସନ’ ବଟନରେ କ୍ଲିକ କରି ତାହାକୁ ଅନଲାଇନରେ ଦାଖଲ କରିବେ । ନାମଲେଖା ସମୟରେ ସାମାଜିକ ଦୂରତା ରକ୍ଷା ସହ ବିଶୋଧନକୁ ପ୍ରାଥମିକତା ଦେବାକୁ ବିଶ୍ୱ ବିଦ୍ୟାଳୟ ଓ କଲେଜ ଗୁଡ଼ିକୁ କୁହାଯାଇଛି ।