ପାରିବାରିକ କଳହ,ଦମ୍ପତିଙ୍କ ଆତ୍ମହତ୍ୟା
ପାରିବାରିକ କଳହ,ଦମ୍ପତିଙ୍କ ଆତ୍ମହତ୍ୟା
ଯାଜପୁର: ଅସହ୍ୟ ହେଲା ପାରିବାରିକ କଳହ। ଶେଷରେ ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଲେ ଦମ୍ପତି। ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ସ୍ତ୍ରୀ ବିଷ ପିଇଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତର ଭକଣ୍ଡରୀ ଗାଁରେ। ମୃତ ଦମ୍ପତି ହେଲେ କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା।
ଗତକାଲି ସକାଳେ କେଶବ ଘର ପଛପଟେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଝୁନୁଲତା ଘରେ ଥିବା କୀଟନାଶକ ଆଣି ପିଇ ଦେଇଥିଲେ। ଗ୍ରାମବାସୀ ଗୁରୁତର ଅବସ୍ଥାରେ ଝୁନୁଲତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଣିକୋଇଲି ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଝୁନୁଲତା ତାଙ୍କ ସ୍ୱାମୀଙ୍କ ମଧ୍ୟରେ କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା, କାହିଁକି ସେମାନେ ଏତେ ବଡ଼ ନିଷ୍ପତ୍ତି ନେଲେ ତାର କାରଣ ଜଣାପଡ଼ି ନାହିଁ। ଝୁନୁଲତାଙ୍କର ଗୋଟିଏ ଝିଅ ଥିବା ବେଳେ ସେ ବିବାହ କରି ସାରିଛନ୍ତି।




admin 