ସ୍ପେଶାଲ ଓଜେଇଇ ଆଜିଠୁ ଆରମ୍ଭ

ସ୍ପେଶାଲ ଓଜେଇଇ ଆଜିଠୁ ଆରମ୍ଭ

ସ୍ପେଶାଲ ଓଜେଇଇ ଆଜିଠୁ ଆରମ୍ଭ

ଭୁବନେଶ୍ୱର: ଆଜି ଆରମ୍ଭ ହେବ ସ୍ପେଶାଲ୍‌ ଓଜେଇଇ । ସମୁଦାୟ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି । ୨୮ ସହରରେ ୩୮ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩, ୪ ଏବଂ ୭ ତାରିଖ ଦୈନିକ ୪ଟି ସିଫ୍‌ଟରେ ପରୀକ୍ଷା କରାଯିବ ।

ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଛି । ବିଟେକ୍‌, ବିଫାର୍ମା, ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍‌, ଏମସିଏ, ଏମେ୍‌ଟକ୍‌, ଆର୍କିଟେକ୍‌, ଏମ୍‌ ଫାର୍ମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି ।