ରକ୍ତ ରଞ୍ଜିତ ହେଲା ରାଜଧାନୀ, ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ

ରକ୍ତ ରଞ୍ଜିତ ହେଲା ରାଜଧାନୀ, ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ

ରକ୍ତ ରଞ୍ଜିତ ହେଲା ରାଜଧାନୀ,  ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ

ଭୁବନେଶ୍ୱର: ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ। ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ।ପେଟରେ ଲାଗିଛି ଗଭୀର ଆଘାତ। ଏଭଳି ଅଭାବନୀୟ କାଣ୍ଡ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି। ଗୁରୁତର ହୋଇଥିବା ଶେଖ ଅବଦୁଲକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଛି। ଏଥି ସହିତ ଛୁରା ମାଡ଼ କରିଥିବା ଆଦିତ୍ୟ ରାୟକୁ ଅଟକ ରଖି ପଚରାଉଚାରା କରୁଛି ପୋଲିସ।

ସୂଚନା ମୁତାବିକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଦଳୀ ଗୋଦାମ ବସ୍ତରେ ଛୁରାମାଡ଼ ହୋଇଛି । କଦଳୀ ଗୋଦାମ ବସ୍ତି ନିକଟରେ ନିଶାଶକ୍ତ ଅବସ୍ଥାରେ ଥିବା ସେକ୍ ଅବୁଦୁଲ୍‌କୁ ଛୁରି ମାରିଛି ସାଙ୍ଗ ଆଦିତ୍ୟ । ଯାହାଫଳରେ ଶେକ୍‌ ଅବ୍‌ଦୁଲ୍‌ଙ୍କ ପେଟର ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତ ସାଙ୍ଗ ଆଦିତ୍ୟକୁ ଅଟକ ରଖି ପଚରାଉଚରା କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ ।