ପାକିସ୍ତାନର ଜାଫର ଏକ୍ସପ୍ରେସରେ ବିସ୍ଫୋରଣ

ପାକିସ୍ତାନର ଜାଫର ଏକ୍ସପ୍ରେସରେ ବିସ୍ଫୋରଣ

ପାକିସ୍ତାନର ଜାଫର ଏକ୍ସପ୍ରେସରେ ବିସ୍ଫୋରଣ

ପାକିସ୍ତାନ : ପାକିସ୍ତାନ ଅର୍ଥନୈତିକ ସଙ୍କଟ ଭୁଶୁଡି ପଡିଥିବାବେଳେ ଅଶାନ୍ତି ଓ ଅରାଜକତା ବୃଦ୍ଧି ପାଉଛି । ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । ପାକିସ୍ତାନରେ ଏକ ଟ୍ରେନରେ ବିସ୍ଫୋରଣ ଘଟିଛି । ଏଥିରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । କ୍ୱେଟା ବନ୍ଧା ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ । 

କହିରଖୁ ଯେ, ଏହା ପୂର୍ବରୁ ଗତ ଜାନୁୟାରୀ ମାସରେ ପାକିସ୍ତାନର ପେଶୱାରର ଏକ ମସଜିଦରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହି ଆତ୍ମଘାତୀ ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଶହଶହ ଲୋକ ଆହତ ହୋଇଥିଲେ । ତାଲିବାନ ଏପରି କରିଛି ବୋଲି ପାକିସ୍ତାନପକ୍ଷରୁ କୁହାଯାଉଥିଲା ।  କନ୍ତୁ ପାକିସ୍ତାନୀ ଏଜେନ୍ସି ଯାଞ୍ଚ କଲା ପରେ, ଟିଟିପି ଏଭଳି କରିଥିଲା ବୋଲି ଜଣାପଡିଥିଲା     ।