ବିଶ୍ୱର ଦ୍ୱିତୀୟ ସର୍ବାଧିକ ଟ୍ରାଫିକ ଜାମ ସହର ବେଙ୍ଗାଲୁର

ବିଶ୍ୱର ଦ୍ୱିତୀୟ ସର୍ବାଧିକ ଟ୍ରାଫିକ ଜାମ ସହର ବେଙ୍ଗାଲୁର

ବିଶ୍ୱର ଦ୍ୱିତୀୟ ସର୍ବାଧିକ ଟ୍ରାଫିକ ଜାମ ସହର ବେଙ୍ଗାଲୁର

ବେଙ୍ଗାଲୁର : ୨୦୨୨ରେ ବିଶ୍ୱର ଟ୍ରାଫିକ ଜାମ ବା ଭିଡ଼ ସହର ର‍୍ୟାକିଂରେ ବେଙ୍ଗାଲୁର ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିଲା  । ଡଚ ଲୋକେସନ ଟେକ୍ନୋଲୋଜି ବିଶେଷଜ୍ଞ ଟମଟମ ପକ୍ଷରୁ ପ୍ରକାଶିତ ଟ୍ରାଫିକ ସୂଚକାଙ୍କରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି  । ବିଶ୍ୱର ସବୁଠାରୁ ଟ୍ରାଫିକ ଜାମ୍‌ ସହର ଭାବେ ଲଣ୍ଡନ ଏକ ନମ୍ବରରେ ରହିଛି  ।

ବେଙ୍ଗାଲୁରର ପ୍ରମୁଖ ବା ମୁଖ୍ୟ ଅଂଚଳରେ ୧୦ କିଲୋମିଟର ଯିବା ପାଇଁ ହାରହାରି ୨୯ ମିନିଟ ୧୦ ସେକେଣ୍ଡ ଲାଗିଥାଏ  । ଗହଳି ସମୟରେ ବେଙ୍ଗାଲୁରରେ ହାରହାରି ବେଗ ୧୮ କିଲୋମିଟର ରହିଥିଲା  । ଅବଶ୍ୟ ୨୦୨୧ରେ ହାରାହାରି ବେଗ ୧୪ କିଲୋମିଟର ରହିଥିଲା  ।
ଅପରପକ୍ଷରେ ଲଣ୍ଡନ ବିଶ୍ୱର ସବୁଠାରୁ ଟ୍ରାଫିକ ଜାମ ବା ଭିଡ଼ ସହର ଭାବେ ପରିଚିତ  । ସେଠାରେ ୧୦ କିଲୋମିଟର ଯିବା ପାଇଁ ୩୬ ମିନିଟ ୨୦ ସେକେଣ୍ଡ ଲାଗିଥାଏ  ।

ସିଟି ସେଂଟର ବର୍ଗରେ ଆୟାର୍ଲାଣ୍ଡର ଡବଲିନ ତୃତୀୟ ସ୍ଥାନରେ ଥିବାବେଳେ ଜାପାନର ସାପୋରୋ ଚତୁର୍ଥ, ଇଟାଲୀର ମିଲନ ୫ମ ଓ ପୁନେ ଷଷ୍ଠ ସ୍ଥାନରେ ରହିଛି  । ଏହି ତାଲିକାରେ ଦିଲ୍ଲୀ ୩୪ ତମ ସ୍ଥାନରେ ଥିବାବେଳେ ମୁମ୍ବାଇ ୪୭ ତମ ସ୍ଥାନରେ ଅଛି  । ଅପରପକ୍ଷରେ ମେଟ୍ରୋ ଅଂଚଳ ବର୍ଗରେ ବୋଗୋଟା ସବୁଠାରୁ ଭିଡ଼ ସହରରେ ପରିଣତ ହୋଇଛି  । ଏହାପଛକୁ ମାନିଲା, ସାପୋରୋ, ଲିମା ରହିଛି  । ତେବେ ଏହି ବର୍ଗରେ ବି ବେଙ୍ଗାଲୁର ପଂଚମ ସ୍ଥାନରେ ରହିଥିବାବେଳେ ଷଷ୍ଠ ସ୍ଥାନରେ ରହିଛି ମୁମ୍ବାଇ  । ଏହାଛଡ଼ା ତାଲିକାରେ ନାଗୋୟା, ପୁନେ, ଟୋକିଓ ଓ ବୁକାରେଷ୍ଟ ମଧ୍ୟ ଅଛି  । 

ମେଟ୍ରୋ ପଲିଟାନ ଅଂଚଳରେ ବାଙ୍ଗୋଲୋରବାସୀ ୧୦ କିମି ବାଟ ଯିବା ପାଇଁ ୨୩ ମିନିଟ ୪୦ ସେକେଣ୍ଡ ନେଇଥା’ନ୍ତି  । ଯେତେବେଳେକି ହାରାହାରି ବେଗ ୨୨କିମି ରହିଥାଏ  । ୨୦୨୧ରେ ବେଙ୍ଗାଲୁର ଏହି ତାଲିକାର ଦଶମ ସ୍ଥାନରେ ଥିବାବେଳେ ୨୦୨୦ରେ ତାହା ଷଷ୍ଠ ସ୍ଥାନରେ ରହିଥିଲା  । ବେଙ୍ଗାଲୁରବାସୀ ୨୬୦ ଘଂଟା ଗାଡ଼ି ଚଳାଇବାରେ ବ୍ୟବହାର କରୁଥିବାବେଳେ କେବଳ ଗହଳି ପାଇଁ ୧୩୪ ଘଂଟା ଯାଇଥାଏ  । ଟ୍ରାଫିକ ଗହଳି ଯୋଗୁଁ ବାର୍ଷିକ ୨୭୫ କେଜି ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ । ବାଙ୍ଗୋଲୋରରେ ଶୁକ୍ରବାର ସଂଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ସର୍ବାଧିକ ଗହଳି ଥାଏ  ।