ପାକିସ୍ତାନକୁ ମହିଳାଙ୍କ ଅନ୍ତଃବସ୍ତ୍ରରେ ତିଆରି ମାସ୍କ ପଠାଇଲା ଚୀନ୍‌ ।

ପାକିସ୍ତାନକୁ ମହିଳାଙ୍କ ଅନ୍ତଃବସ୍ତ୍ରରେ ତିଆରି ମାସ୍କ ପଠାଇଲା ଚୀନ୍‌ ।

ପାକିସ୍ତାନକୁ ମହିଳାଙ୍କ ଅନ୍ତଃବସ୍ତ୍ରରେ ତିଆରି ମାସ୍କ ପଠାଇଲା ଚୀନ୍‌ ।
ଚୀନ୍ ନିକଟରେ ପାକିସ୍ତାନକୁ କିଛି ପରିମାଣର ମାସ୍କ ପଠାଇଛି । ଏହି ମାସ୍କଗୁଡ଼ିକ ନେଇ ଚୀନ୍‌ର ଏକ ବିମାନ ପାକିସ୍ତାନର ସିନ୍ଧ ପ୍ରଦେଶରେ ପହଞ୍ଚିଛି । ପାକିସ୍ତାନକୁ କରୋନା ମୁକାବିଲା କରିବାରେ ସହାୟତା କରିବା ପାଇଁ ଚୀନ୍ ଏଭଳି ସହାୟତା ଦେଇଛି । ତେବେ ଏହାକୁ ନେଇ ସିନ୍ଧ ପ୍ରଦେଶ ଏବଂ ପାକିସ୍ତାନର ଅନ୍ୟ ଭାଗରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କାରଣ ଏହି ମାସ୍କଗୁଡ଼ିକ ଅତି ନିମ୍ନମାନର । ଚୀନ୍ ପାକିସ୍ତାନକୁ ପ୍ରତିଶ୍ରୁତି ଦେଇଥିଲା କି ସିଏ ତା’କୁ ଏନ୍‌-୯୫ ମାସ୍କ ଯୋଗାଇଦେବ । ହେଲେ ଏହା ବଦଳରେ ସିଏ ମହିଳାଙ୍କ ଅନ୍ତଃବସ୍ତ୍ରରେ ତିଆରି ମାସ୍କ ପାକିସ୍ତାନକୁ ଯୋଗାଇ ଦେଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ପାକିସ୍ତାନ ସରକାରଙ୍କୁ ବ୍ୟାପକ ଉପହାସ କରାଯାଉଛି ।