ଏଜବାଷ୍ଟନ୍ ଷ୍ଟାଡ଼ିୟମ୍ ହେବ କୋଭିଡ-୧୯ ପରୀକ୍ଷା କେନ୍ଦ୍ର

ଏଜବାଷ୍ଟନ୍ ଷ୍ଟାଡ଼ିୟମ୍ ହେବ କୋଭିଡ-୧୯ ପରୀକ୍ଷା କେନ୍ଦ୍ର

ଏଜବାଷ୍ଟନ୍ ଷ୍ଟାଡ଼ିୟମ୍ ହେବ କୋଭିଡ-୧୯ ପରୀକ୍ଷା କେନ୍ଦ୍ର
କରୋନା ମହାମାରୀ ବିଶ୍ୱରେ ଆତଙ୍କ ଜାରି ରଖିଛି । ଏଥିରୁ ବାଦ୍ ପଡ଼ୁନାହିଁ ଇଂଲଣ୍ଡ । ବିଶ୍ୱର ଅନ୍ୟତମ ପ୍ରମୁଖ ଷ୍ଟାଡ଼ିୟମ ଭାବେ ପରିଚିତ ବର୍ମିଂହୋମ୍ ନିକଟସ୍ଥ ଏଜ୍‌ବାଷ୍ଟନକୁ କୋଭିଡ-୧୯ ପରୀକ୍ଷା କେନ୍ଦ୍ରରେ ପରିଣତ କରିବାକୁ ଇଂଲଣ୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଇଂଲଣ୍ଡରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କାଉଣ୍ଟ୍ କ୍ରିକେଟ୍ କ୍ଲବ୍ ଡବ୍ଲୁସିସିସି ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟାଡ଼ିୟମ୍‌ର କାର ପାର୍କିଂ ଏରିଆ ମେଡ଼ିକାଲ ଟେଷ୍ଟ୍ ବ୍ୟବହୃତ ହେବ । ଏନ୍‌ଏଚ୍‌ଏସ୍ କର୍ମଚାରୀ ଷ୍ଟାଡ଼ିୟମ୍ ସେଣ୍ଟର୍ ଦେଇ ଗାଡ଼ି ନେଇପାରିବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କାଉଣ୍ଟ୍ କ୍ରିକେଟ୍‌କୁ ମେ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି କଷ୍ଟକର ସମୟ ମଧ୍ୟରେ ଆମ କ୍ଲବ୍‌ର କର୍ମଚାରୀମାନେ ସ୍ଥାନୀୟ ସମୁଦାୟକୁ ସାହାଯ୍ୟ ସହଯୋଗ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ଡବ୍ଲୁସିସିସି ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ନେଲ ସ୍ନୋବଲ କହିଛନ୍ତି । ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ । କେବଳ ଇଂଲଣ୍ଡର ୩୫ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ ପ୍ରିନ୍ସ ଚାର୍ଲସ୍ । ଏଭଳି ସମୟରେ ଦେଶ ପାଇଁ କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକତା ରହିଛି ବୋଲି ସ୍ନୋବଲ କହିଛନ୍ତି ।