ପାଇପ ମିସ୍ତ୍ରି ନାଁରେ ୭୦ କୋଟି ଜିଏସଟି ଠକେଇ

ପାଇପ ମିସ୍ତ୍ରି ନାଁରେ ୭୦ କୋଟି ଜିଏସଟି ଠକେଇ

ପାଇପ ମିସ୍ତ୍ରି ନାଁରେ ୭୦ କୋଟି ଜିଏସଟି ଠକେଇ
ଭୁବନେଶ୍ୱର: ପେଶାରେ ସେ ଜଣେ ପାଇପ ମିସ୍ତ୍ରି । ପାଇପ ମରାମତି କଲେ ଯାହା କିଛି ମିଳେ ସେଥିରେ ସେ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟାନ୍ତି । ତେବେ ତାଙ୍କ ନାମରେ ଆସିଛି ଜିଏସଟି ଠକେଇ । ଏହି ଠକେଇର ପରିମାଣ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହ ହସି ହସି ଗଡ଼ିବେ ମଧ୍ୟ । କାରଣ ଏହି ଠକେଇ ପରିମାଣ ହଜାରେ କି ଲକ୍ଷେ ନୁହେଁ । କୋଟିରେ ପହଞ୍ଚିଛି । ଆଉ କେତେ କୋଟି ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ । କୋଟିଏ କି ଦୁଇ କୋଟି ନୁହେଁ ଏକାବେଳେ ୭୦ କୋଟି । ତେବେ କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଉରକେଲାରେ ଏଭଳି କିଛି ରୋମାଞ୍ଚକର ଘଟଣା ଘଟିଛି । ରାଉରକେଲାର ବାସନ୍ତୀ କଲୋନୀ ଅଞ୍ଚଳର ପାଇପ ମିସ୍ତ୍ରି ଜମୀର ଜୋଜୋଙ୍କ ନାମରେ ଜିଏସଟି ଠକେଇ ନେଇ ଅଭିଯୋଗ ଆସିଛି । ୭୦ କୋଟିର ଜିଏସଟି ଫାଙ୍କିବା ନେଇ ତାଙ୍କ ପାଖକୁ ନୋଟିସ ବି ଯାଇଛି । ଆଉ ଏହି ନୋଟିସ ପାଇବା ପରେ ସମୀର ଅଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଠକେଇ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି । ତାଙ୍କ ନାମରେ କେହି ଫେକ କମ୍ପାନୀ ଖୋଲି ଠକିଥିବା ସମୀର ଅଭିଯୋଗ କରିଛନ୍ତି ।