ପରଲୋକରେ ଏମ୍‌ଡିଏଚ୍‌ର ମାଲିକ ଧରମପାଲ୍‌

ପରଲୋକରେ ଏମ୍‌ଡିଏଚ୍‌ର ମାଲିକ ଧରମପାଲ୍‌

ପରଲୋକରେ ଏମ୍‌ଡିଏଚ୍‌ର ମାଲିକ ଧରମପାଲ୍‌
ନୂଆଦିଲ୍ଲୀ : ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ହେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍‌ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି। ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିବା ଧରମପାଲ୍‌ଙ୍କୁ ଲୋକେ 'ଦାଦାଜୀ' ଓ 'ମହାଶୟଜୀ' ନାମରେ ମଧ୍ୟ ଜାଣନ୍ତି। ଦେଶ ବିଭାଜନ ପରେ ସେ ଦିଲ୍ଲୀର କରୋଲବାଗରେ ଆସି ମସଲା ବ୍ୟବସାୟ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଧରମପାଲ୍‌ ଭାରତର ଅନ୍ୟତମ ମସଲା ଉତ୍ପାଦନକାରୀ ଏମ୍‌ଡିଏଚ୍‌ର ନିର୍ମାଣ କରିଥିଲେ । ଘରେ ଘରେ ପରିଚିତ ପାଲଟିଥିବା ଏହି ମସଲା କମ୍ପାନିର ମାଲିକ ଧରମପାଲ ଗୁଲାଟି ତାଙ୍କର ସଫଳତା ପାଇଁ ୨୦୧୯ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।